Only for Entertainment

ଫୁଟପାଥରେ ହାରମୋନିୟମ ବଜାଉଥିବା ଲୋକକୁ ନେହା କକ୍କର ଦେଲେ ୧ ଲକ୍ଷ ଟଙ୍କା ।

aajtak
0 41

ସିଙ୍ଗର ଏବଂ ସଙ୍ଗୀତକାର ବିଶାଲ ଦଦଲାନି ଏବଂ ନେହା କକ୍କର ଫୁଟପାଥରେ ୩୦ ବର୍ଷ ଧରି ହାରମୋନିୟମ ବଜାଉଥିବା ଲୋକଙ୍କୁ ଉଭୟ ଏକ ଏକ ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି ।

କେଶବ ଲାଲଙ୍କୁ ଇଣ୍ଡିଆନ ଆଇଡଲ ସେଟକୁ ଡକା ଯାଇଥିଲା । ସେଠାରେ ତାଙ୍କୁ ଶୋ ପ୍ରତିଯୋଗୀ ଏବଂ ଜଜ ମାନେ ଖୁବ ସମ୍ମାନ ଜଣାଇଲେ । ଶୋ’କୁ ସେ ତାଙ୍କ ପତ୍ନୀଙ୍କ ସହିତ ପହଂଚିଥିଲେ । କେଶବ ଲାଲ ସଙ୍ଗୀତ କ୍ୟାରିଅର ଜରିଆରେ ସଫଳତା ପାଇବା ପଇଁ ନିଜର ସବୁକିଛି ହଜାଇଛନ୍ତି ଏବଂ ଏହି କଥାକୁ ସେ ଶୋ’ରେ ସମସ୍ତଙ୍କ ସାମ୍ନାରେ ଜଣାଇଲେ । ବହୁ ଦୁଃଖ କ୍ମୃରେ ଥାଇ ମଧ୍ୟ ସେ କେବେ ସଙ୍ଗୀତ ପ୍ରତି ନିଜର ସ୍ପୃହାକୁ ବଳି ପକାଇ ନଥିବା କଥା ମଧ୍ୟ କହିଲେ । କେଶବ ଲାଲ ପ୍ରସିଦ୍ଧ ଫିଲ୍ମ ନିର୍ମାତା ସାନ୍ତାରାମ ଏବଂ ସଙ୍ଗୀତକାର କଲ୍ୟାଣ ଜୀ ଆନନ୍ଦ ଜୀଙ୍କ ସହିତ କାମ କରିଛନ୍ତି । ହାରମୋନିୟମରେ ସେମାନଙ୍କ ସହିତ ଆୱାରା ହୁଁ ଗୀତ ମଧ୍ୟ ଗାଇଛନ୍ତି ।

ଏହି ମହାନ କଳାକାରଙ୍କ କହାଣୀ ଇଣ୍ଡିଆନ ଆଇଡଲର ଜଜ ବିଶାଲ ଦଦଲାନି ଏବଂ ନେହା କକ୍କରଙ୍କୁ ଇମୋଶନାଲ କରିଦେଲା । ଏହି ଦୁଇ ଜଜ କେଶବଙ୍କୁ ଏକ ଏକ ଲକ୍ଷ ଦେବେ ବୋଲି ଘୋଷଣା କଲେ ।

ବିଶାଲ ମଧ୍ୟ କେଶବଙ୍କୁ ଶୋ’ରେ ଦେଖି ଖୁବ ଖୁସି ଥିବା କଥା କହିଲେ ।ସେ ଖୁସି ହେବାର କାରଣ ହେଉଛି ଜଣେ ବ୍ୟକ୍ତି ସଙ୍ଗୀତ ପାଇଁ ନିଜ ଜୀବନର ପ୍ରତିଟି ଆଶା ପରିଭାଷାକୁ ବଳୀ ଦେଇ ଦେଇଛି । ଯେଉଁଥିପାଇଁ ଆଜି ତାକୁ ରାସ୍ତାକଡ଼ରେ ଏହିଭଳି ହାରମୋନିୟମ ବଜାଇବାକୁ ପଡ଼ୁଛି । କାରଣ ସେ ମସସ୍ତଙ୍କ ପାଇଁ ଜଣେ ପ୍ରେରଣା । କେବଳ ସେତିକି ନୁହେଁ ଜୀବନରେ ନିଜର ଯେଉଁ ଗଭୀର ଇଛା ଶକ୍ତି ରହିଛି ତାହାକୁ କେବେ ମଧ୍ୟ ଅବହେଳା ନ କରି ସଫଳା କରିବା ପାଇଁ ଚେଷ୍ଟା କରିବା ଉଚିତ,ତାହା ସେ କେଶବଙ୍କ ଠାରୁ ଶିଖିଲେ । ଇଣ୍ଡଷ୍ଟ୍ରର ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ବିଶାଲ ଅନରୋଧ କଲେ ଯେପରି ସେମାନେ କେଶବଙ୍କୁ ସାହାଯ୍ୟ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More