Only for Entertainment

ଦିଲବର ଗୀତରେ ନେହା କକ୍କରଙ୍କ କିଲର ପର୍ଫମାନ୍ସ । ଝୁମିବା ପାଇଁ ବାଧ୍ୟ ହେଲେ ଦର୍ଶକ ।

37

ବଲିଉଡ ଅଭିନେତ୍ରୀ ନେହା କକ୍କରଙ୍କୁ କିଏ ବା ପସନ୍ଦ ନ କରେ । ଯେତେ ସୁନ୍ଦର ଗୀତ ଗାଆନ୍ତି ସେତିକି ଭଲ ଡ୍ୟାନ୍ସ ମଧ୍ୟ କରନ୍ତି । ନିକଟରେ ତାଙ୍କର ଏକ ଡ୍ୟାନ୍ସ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ନେହାଙ୍କର ଜବରଦସ୍ତ ଡ୍ୟାନ୍ସ ପର୍ଫମାନ୍ସ ଦେଖିବାକୁ ମିଳିଛି ।

 

 

View this post on Instagram

 

When I Dance on My Own Song! ♥️? #Dilbar #NehaKakkar

A post shared by Neha Kakkar (@nehakakkar) on

ବାସ୍ତବରେ ଫ୍ୟାନ୍‌ଙ୍କ ସହିତ ଯୋଡ଼ି ହୋଇ ରହିବା ପାଇଁ ନେହା ସୋସିିଆଲ ମିଡିଆରେ ସବୁବେଳେ କିଛି ନା କିଛି ଶେୟାର କରିଥାନ୍ତି। ଏବେ ନେହାଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯାହା ଦର୍ଶକଙ୍କ ମନ ମୋହିନେଇଛି। ଏହି ଭିଡିଓରେ ନିଜେ ଗାଇଥିବା ଗୀତ ‘ଦିଲ୍‌ବର ଦିଲବର’ରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଇନ୍‌ଷ୍ଟାଗ୍ରାମରେ ଶେୟାର କରି ନେହା ଲେଖିଛନ୍ତି, ମୋ’ ନିଜ ଗୀତରେ ଡ୍ୟାନ୍ସ କରିଛି’। ଫ୍ୟାନମାନଙ୍କୁ ଏହି ଗୀତ ଖୁବ୍‌ ପସନ୍ଦ ଆସିଥିବାବେଳେ ମାତ୍ର ୨ ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିଛନ୍ତି। ସେହିପରି ବହୁ କମେଣ୍ଟ ମଧ୍ୟ ଆସିଛି। ଜଣେ ୟୁଜର ଲେଖିଛନ୍ତି, ନେହା ମାମ୍‌ ଗୀତ ଛାଡ଼ି କେଉଁ ଲାଇନ୍‌କୁ ଆସିଗଲେ? ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଏମିତି ଡ୍ୟାନ୍ସ କରି ଆମ ଜୀବନ ନେଇଯିବ ନା କ’ଣ ? କହିରଖୁଛୁ, କିଛିଦିନ ପୂର୍ବରୁ ଅଭିନେତା ହିମାଂଶ କୋହଲିଙ୍କ ସହିତ ନେହା ରିଲେସନଶିପ୍‌ରେ ରହିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ହିମାଂଶ ଇଣ୍ଡିଆନ୍‌ ଆଇଡଲ୍‌ – ୧୦ର ସେଟ୍‌ରେ ପ୍ରପୋଜ କରିଥିଲେ ନେହାଙ୍କୁ । ପ୍ରଥମେ ନା କରିଥିଲେ ମଧ୍ୟ ପରେ ଗ୍ରହଣ କରିନେଇଥିଲେ। ୨୦୦୬ ମସିହାରେ ସିଙ୍ଗିଙ୍ଗ ସେଲିବ୍ରିଟି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ରେ ଭାଗ ନେଇଥିଲେ ନେହା। ଏହା ପରଠାରୁ ବଲିଉଡ୍‌କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ଦେଇଚାଲିଛନ୍ତି। ଗୀତ ଗାଇ ମନ କିଣି ନେଉଥିବା ନେହା ଏବେ ଡ୍ୟାନ୍ସ କରି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More