Only for Entertainment

ବୟଫ୍ରେଣ୍ଡଙ୍କ ସହ ବ୍ରେକଅପ ହେବା ପରେ ନେହା କକ୍କରଙ୍କ ଭିଡିଓ ଭାଇରାଲ, ଏହି ଅଭିନେତାଙ୍କୁ ନେହା କଲେ ପ୍ରପୋଜ !

73

ଗାୟିକା ନେହା କକ୍କଡ କିଛି ଦିନ ପୂର୍ବେ ବୟଫ୍ରେଣ୍ଡ ହିମାଂଶ କୋହଲିଙ୍କ ସହ ବ୍ରେକଅପ ହେବା କାରଣରୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବ୍ରେକଅପ ପରେ ସେ ଅନେକ ପୋଷ୍ଟ ଶେୟାର କରିଛନ୍ତି । ଏବେ ନେହାଙ୍କ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଅବଶ୍ୟ ପୂରୁଣା ମାତ୍ର ସମସ୍ତେ ଏହି ଭିଡିଓକୁ ଖୁବ ମାତ୍ରାରେ ପସନ୍ଦ କରିଛନ୍ତି ।

ଏହି ଭିଡିଓରେ ନେହା ଅଭିନେତା ରଣବୀର କପୂରଙ୍କୁ ପ୍ରପୋଜ କରିଥିବାର ନଜର ଆସିଛନ୍ତି । ରଣବୀର କପୂର ନେହାଙ୍କୁ କହୁଛନ୍ତି ଯେ, ମୁଁ ଆପଣଙ୍କୁ ଖୁବ ପସନ୍ଦ କରୁଛି । ରଣବୀରଙ୍କୁ ତାଙ୍କ ସହ ଡ୍ୟାନ୍ସ କରିବା ପାଇଁ କହିଥିଲେ ।

ନେହାଙ୍କ ଏଭଳି ପ୍ରପୋଜାଲରେ ରଣବୀର ତାଙ୍କୁ କୋଳକୁ ଉଠାଇ ନେଇଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଭିଡିଓ ସେତେବେଳେର ଯେତେବେଳେ ନେହା ସିଙ୍ଗିଙ୍ଗ ରିଆଲିଟି ଶୋ ଲିଟିଲ ଚାମ୍ପ୍ସର ବିଚାରକ ଭୂମିକା ତୁଲାଉଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More