Only for Entertainment

ହିମାଂଶଙ୍କ ସହିତ ବ୍ରେକ ଅପ ପରେ ମିଡିଆକୁ ଏହି କଥା ଲେଖିଲେ ନେହା ।

55

ଗତ କିଛି ମାସ ହେବ ଗାୟିକା ନେହା କକ୍କରଙ୍କର ବଏଫ୍ରେଣ୍ଡ ହିମାଂଶ କୋହଲିଙ୍କ ସହିତ ବ୍ରେକ ଅପ ହୋଇଯାଇଛି । ଯାହପରେ ଦୁଇଜଣଙ୍କୁ ନେଇ ମିଡିଆରେ ବିଭିନ୍ନ କଥା ଲେଖାଯାଉଛି । ଦୁଇଜଣଙ୍କ ବ୍ରେକ ଅପ ଦିନରୁ ନେହାଙ୍କ ସୋସିଆଲ ମିଡିଆ ପୋଷ୍ଟ ଏବଂ ଏକ ଇଭେଂଟରେ ମଂଚ ଉପରେ ଗୀତ ଗାଇବା ପୂର୍ବରୁ କାନ୍ଦିବାର ଦୃଶ୍ୟ ଦେଖି ମନେ ହେଉଛି ନେହା ଖୁବ ଭାଙ୍ଗି ଯାଇଛନ୍ତି । ତେବେ ସେ ଯାହା ହେଉ କିନ୍ତୁ ନିକଟରେ ନେହା ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଯାହା କେବଳ ମିଡିଆ ପାଇଁ ଲେଖିଛନ୍ତି ନେହା ।

ବାସ୍ତବରେ ନେହା ପୋଷ୍ଟରେ ଲେଖିଛନ୍ତିଯେ ପ୍ରିୟ ମିଡିଆ ଦୟାକରି ସେଭଳି କିଛି ଲେଖନ୍ତୁ ନାହିଁ ଯାହା କାହାକୁ କଷ୍ଟ ଦେବ । ବୋଧହୁଏ ଭଗବାନ ଚାହୁଁନଥିଲେ ଆମ ଦିଜଣଙ୍କୁ ଏକାଠି କରିବା ପାଇଁ । ଏଥିରେ କାହାର ଦୋଷ ନାହିଁ । ଏହି ବିଷୟକୁ ଦୟାକରି ଏହିଠାରେ ବନ୍ଦ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More