Only for Entertainment

ବ୍ରେକଅପ ପରେ ନେହା କକ୍କରଙ୍କୁ ମିଳିଲା ଭାଲେଣ୍ଟାଇନ ଡେ’ ସରପ୍ରାଇଜ, ଦେଖନ୍ତୁ ଭିଡିଓ

Mumbai Live
69

ବଲିଉଡ ସେଲିବ୍ରିଟିଙ୍କ ଉପରେ ମଧ୍ୟ ଭାଲେଣ୍ଟାଇନ ଡେ’ର ଯାଦୁ ଛାଇ ରହିଛି । ସେଲିବ୍ରିଟି ନିଜ ପାର୍ଟନରଙ୍କୁ ସ୍ପେଶାଲ ଫିଲ କରାଇବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଥିବା ଦେଖିବାକୁ ମିଳିଛି । କେହି ପାର୍ଟନର ପାଇଁ ସ୍ପେଶାଲ ନୋଟ ଲେଖିଛନ୍ତି ତ କେହି ଖାସ ଗିଫ୍ଟ ଦେଇ ପ୍ରେମ ଦିବସକୁ ସେଲିବ୍ରେଟ କରୁଛନ୍ତି । ସିଙ୍ଗର ନେହା କକ୍କର ମଧ୍ୟ ଖୁବ ଅନୋଖା ଭାବରେ ଭଲେଣ୍ଟାଇନ ଡେକୁ ସେଲିବ୍ରେଟ କରିଛନ୍ତି । ନେହାଙ୍କୁ ବ୍ରେକଅପ ପରେ ମଧ୍ୟ ଭାଲେଣ୍ଟାଇନ ଡେ’ର ସରପ୍ରାଇଜ ମିଳିଛି ।

ଅସଲରେ ଜଣେ ଫ୍ୟାନ ଭାଲେଣ୍ଟାଇନ ଡେ’ରେ ନେହାଙ୍କୁ ସ୍ପେଶାଲ ଫିଲ କରାଇ ବା ପାଇଁ ଚେଷ୍ଟା କରିଛନ୍ତି । ନେହା ଏହି ସରପ୍ରାଇଜର ଏକ ଭିଡିଓ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିବା ସହିତ ସେହି ଫ୍ୟାନ ଜଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭିଡିଓରେ ନେହା ଖୁବ ଖୁସି ଥିବା ନଜର ଆସିଛନ୍ତି । ଫ୍ୟାନ ଜଣଙ୍କ ରୋମାଣ୍ଟିକ ଅନ୍ଦାଜରେ ଆଣ୍ଠରେ ବସି ନେହାଙ୍କୁ କାର୍ଡ, ଫୁଲ ଏବଂ ଗିଫ୍ଟ ଦେଇଥିଲେ ।

ନେହା ଭିଡିଓ ସେୟାର କରି କ୍ୟାପସନରେ ଲେଖିଥିଲେ, Back stage last night! Valentines Day Surprise I’m so lucky I have #NeHearts like You @neha_holic_deep Love My NeHearts”.

ଦେଖନ୍ତୁ ଭିଡିଓ-

କହିରଖୁଛୁ ଯେ, କିଛି ଦିନରୁୁ ନେହା ଏବଂ ହିମାନ୍ସ କେହଲୀଙ୍କ ବ୍ରେକଅପ ଖୁବ ଚର୍ଚ୍ଚୀରେ ରହିଥିଲା । ବ୍ରେକଅପ ପରେ ନେହା ଖୁବ ଦୁଃଖୀ ହୋଇଯାଇଥିଲେ ଏବଂ ଡିପ୍ରେସନକୁ ଚାଲିଯାଇଥିଲେ । ଦୁହେଁ ପରସ୍ପରକୁ ସୋସିଆଲ ମିଡିଆରେ ଅନଫଲୋ କରିବା ସହିତ ନେହା, ହିମାନ୍ସଙ୍କ ସହିତ ତାଙ୍କର ସମସ୍ତ ଫଟୋକୁ ହଟାଇ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More