Only for Entertainment

ଏହି କାରଣ ପାଇଁ ବିଗ୍‌ ବସ୍‌ରୁ ଅଭିନେତ୍ରୀଙ୍କୁ ବାହାର କରି ଦିଆଯାଇଥିବା ନେଇ ଚର୍ଚ୍ଚା

Gujunews
37

ଦେଶର ସବୁଠାରୁ ଲୋକପ୍ରିୟ ରିୟାଲଟି ସୋ’ ବିଗ୍‌ ବସ୍‌-୧୨ର ଚତୁର୍ଥ ସପ୍ତାହରେ ସେଲିବ୍ରିଟି ପ୍ରତିଯୋଗୀ ନେହା ପେଣ୍ଡସେଙ୍କୁ ବାହାର କରି ଦିଆ ଯାଇଛି । ଦୁଇ ସପ୍ତାହ ହେଲା ସେ ନୋମିନେଟ୍‌ ହେଉଥିବା ବେଳେ ଚତୁର୍ଥ ସପ୍ତାହରେ ତାଙ୍କୁ ଘରୁ ବାହାରକୁ ଆସିବାକୁ ପଡ଼ିଛି । ତାଙ୍କ ସହ ଅଭିନେତା କରଣବୀର ବୋହରା ଏବଂ ଶ୍ରୀସନ୍ଥ ମଧ୍ୟ ନୋମିନେଟ୍‌ ହୋଇଥିଲେ । ତେବେ ସୋ’ରୁ ବାହାରିବା ପରେ ସୋ’ର ନିର୍ମାତା ନେହାଙ୍କ ବାହାରିବା ପଛରେ ଏକ ଭିନ୍ନ କାରଣ ଦର୍ଶାଇଥିବା ଦେଖାଯାଇଛି ।

ସୂଚନା ମୁତାବକ, ନେହା ସୋ’ରେ ସେତେ ଭଲ ପ୍ରଦର୍ଶନ କରୁ ନଥିବା ବେଳେ କୌଣସି ଜିନିଷକୁ ନେଇ ନିଜର ସ୍ୱତନ୍ତ୍ର ମତ ରଖୁ ନଥିଲେ । କୌଣସି ବି କାମ ଦିଆଯାଉଥିଲେ ସେ ଭଲ ଭାବରେ ତାକୁ ପୂରା କରୁ ନଥିଲେ । ଏତେ ସବୁ ପରେ ମଧ୍ୟ ସେ ସପ୍ତାହକୁ ୨୦ଲକ୍ଷ ଟଙ୍କା ଡ଼ିମାଣ୍ଡ କରିବାରୁ ସୋ’ର ନିର୍ମାତା ନେହାଙ୍କୁ ସୋ’ରୁ ବାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ଜଣା ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More