Only for Entertainment

ଭାରତୀୟ ୟୁଜର୍ସଙ୍କ ପାଇଁ ଶସ୍ତା ପ୍ଲାନ ଲଂଚ କରିବ ନେଟଫ୍ଲିକ୍ସ !

BGR
68

ଆଜିକାଲି ନେଟଫ୍ଲିକ୍ସ ପରି ଆପର ଚାହିଦା ବଢିବାରେ ଲାଗିଛି । ଏହା ସହିତ ଏହି ଆପ ଗୁଡିକ ଅନେକ ଲୋକଙ୍କ ଜୀବନରେ ମହତ୍ୱପୂର୍ଣ୍ଣ ଅଂଶ ପାଲଟିଛି । ଏହି ଆପ ଗୁଡିକର ଚାହିଦା ବଢିବାର ମୁଖ୍ୟ କାରଣ ହେଉଛି ଏହା କଣ୍ଟେଣ୍ଟ । ଏବେ ଖବର ଶୁଣିବାକୁ ମିଳୁଛି ଯେ ନେଟଫ୍ଲିକ୍ସ ଭାରତୀୟ ୟୁଜର୍ସଙ୍କ ପାଇଁ ଏକ ଶସ୍ତା ପ୍ଲାନ ଲଂଚ କରିବାକୁ ଯାଉଛି ।

ଭାରତୀୟ ମାର୍କେଟରେ ନେଟଫ୍ଲିକ୍ସକୁ ଭସ ଗ୍ରୋଥ ମିଳୁଛି । ଶୁଣିବାକୁ ମିଳୁଛି ଯେ, ବର୍ଷର ତୃତୀୟ କ୍ୱାଟରରେ ନେଟଫ୍ଲିକ୍ସ ନୂଆ ପ୍ଲାନ ଲଂଚ କରିବ । ପୂର୍ବ ପ୍ଲାନ ଗୁଡିକ ଅପେକ୍ଷା ଏହି ନୂଆ ପ୍ଲାନର ମୂଲ୍ୟ ଖୁବ ଶସ୍ତା ରହିବ ।

ନେଟଫ୍ଲିକ୍ସରେ ଏବେ ୫୦୦, ୬୦୦ ଏବଂ ୮୦୦ ଟଙ୍କାର ପ୍ଲାନ ଚାଲୁଛି । ମାର୍ଚ୍ଚରେ ନେଟଫ୍ଲିକ୍ସ ଟିମ କହିଥିଲେ ଯେ ମୋବାଇଲ ୟୁଜର୍ସଙ୍କ ପାଇଁ ୨୫୦ ଟଙ୍କାର ନୂଆ ପ୍ଲାନ ଲାଗୁ କରିବା ପାଇଁ ବିଚାର କରାଯାଉଛି । କମ୍ପାନୀର ଏକ ବୟାନ ଅନୁସାରେ “ଅନେକ ମଙ୍କସର ଟେଷ୍ଟ ପରେ ଏବେ ଭାରତରେ ଶସ୍ତା ମୋବାଇଲ ସ୍କ୍ରିନ ପ୍ଲାନ ଲଂଚ କରିବା ପାଇଁ ଯୋଜନା ଚାଲିଛି । ଏହି ପ୍ଲାନ ଭାରତୀୟ ବଜାରରେ ଆମର ବିଜନେସ ବଢାଇବ ବୋଲି ଆଶା କରାଯାଉଛି । ଏବଂ ଏହା ନୂଆ ୟୁଜର୍ସଙ୍କ ପାଖରେ ପହଁଚି ପାରିବ ।”

ଖବର ଅନୁସାରେ ନେଟଫ୍ଲିକ୍ସ ସହିତ ଆଶା ଠାରୁ କମ ସବସ୍କ୍ରାଇବର ଯୋଡି ହୋଇଛନ୍ତି । ସେଥିପାଇଁ କମ୍ପାନୀ ଏହି ନୂଆ ପ୍ଲାନ ଲଂଚ କରିବାକୁ ଚିନ୍ତା କରୁଛନ୍ତି । ଏହା ସହିତ ଏପରି କରିବା ଦ୍ୱାରା ନେଟଫ୍ଲିକ୍ସ ହଟଷ୍ଟାର ଏବଂ ଆମାଜୋନ ପ୍ରାଇମ ପରି ଓଟିଟି ପ୍ଲାଟର୍ଫମକୁ ଟକ୍କର ଦେଇପାରିବ କାରଣ ଏହାର ପ୍ଲାନ ପୂର୍ବରୁ ଖୁବ ଶସ୍ତା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More