Only for Entertainment

ପୂର୍ବରୁ କେବେ ମଧ୍ୟ ଦେଖି ନଥିବେ ‘ଷ୍ଟାଚ୍ୟୁ ଅଫ ୟୁନିଟି’ର ସୁନ୍ଦର ଦୃଶ୍ୟ, ପିଏମ ମୋଦି ଶେୟାର କଲେ

punjabkesari
139

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାରକୁ ଜନ୍ମଦିନର ଆରମ୍ଭ ନିଜ ରାଜ୍ୟ ଗୁଜୁରାଟରେ ‘ଷ୍ଟାଚ୍ୟୁ ଅଫ ୟୁନିଟି’ ତଥା ନର୍ମଦା ନଦୀ ନିକଟରେ ସରଦାର ସରୋବର ଡ୍ୟାମର ଦୃଶ୍ୟ ଦେଖୁ ଦେଖୁ କରିଛନ୍ତି । ଏହି ସମୟର ଏକ ଭିଡ଼ିଓ ପିଏମ ମୋଦି ତାଙ୍କ ଟ୍ୱିଟର ଆକାଉଂଟରେ ଶେୟାର କରିଛନ୍ତି । ଯେଉଁଥିରେ ଆକାଶରୁ ଷ୍ଟାଚ୍ୟୁ ଅଫ ୟୁନିଟିର ଭବ୍ୟ ଦୃଶ୍ୟ ଦେଖିବାକୁ ମିଳିବ ।

 

ମୋଦି ହେଲିକପ୍ଟରରୁ ଭିଡ଼ିଓ ସୁଟିଂ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କିଛି ସମୟ ପରେ କେବାଡ଼ିଆ ପହଂଚିବି । ଏହି ଦୃଶ୍ୟ ଉପରେ ଥରେ ନଜର ପକାନ୍ତୁ । ମହାନ ସରଦାର ପଟେଲଙ୍କୁ ଭାରତର ଶ୍ରଦ୍ଧାଂଜଳି । ଏହି ଭିଡ଼ିଓରେ ସ୍ୱାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସବୁଠାରୁ ବଡ଼ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ ୟୁନିଟି’ର ଏରିଅଲ ଭ୍ୟୁ ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More