Only for Entertainment

ଏହି ଅବସ୍ଥାରେ କାହାକୁ ପ୍ରଣାମ କରନ୍ତୁ ନାହିଁ

punjabkesari
140

ଭାରତୀୟ ସଂସ୍କୃତିରେ ଛୋଟମାନେ ବଡ଼ ମାନଙ୍କୁ ପ୍ରଣାମ କରିବାର ପ୍ରଥା ରହି ଆସିଛି । ଏହା ହେଉଛି ଆମ ସଂସ୍କାର । ତେଣୁ ବଡ଼ ମାନଙ୍କର ପାଦ ଛୁଇଁ ପ୍ରଣାମ କରାଯାଏ । କେବେ କେବେ ଏଭଳି ଏକ ପରିସ୍ଥିତି ଥାଏ ଯେଉଁ ସମୟରେ ପ୍ରଣାମ କରିବା ଅନୁଚିତ । ଆସନ୍ତୁ ଆଲୋଚନା କରିବା ।

ଶାସ୍ତ୍ର ଅନୁସାରେ ଶ୍ମଶାନରୁ ଫେରୁଥିବା ବ୍ୟକ୍ତିକୁ ପ୍ରଣାମ କରିବା ଅନୁଚିତ । ମନୋବୈଜ୍ଞାନିକଙ୍କ ଅନୁସାରେ ସେହି ସମୟରେ ବ୍ୟକ୍ତିର ଜୀବନର ମୋହମାୟାରୁ କିଛି ମୁହୂର୍ତ୍ତ ପାଇଁ ଆଶା ଛାଡ଼ି ଯାଇଥାଏ । ତା’ର ମନ ଏବଂ ହୃଦୟ ଅସ୍ଥିର ରହିଥାଏ, ଯାହା ଦ୍ୱାରା ସେ ଖୁସିରେ ଆଶୀର୍ବାଦ ଦେଇପାରେ ନାହିଁ ।

କୁହାଯାଏ ଯଦି କେହି ଧ୍ୟାନ କରୁଛି ସେହି ସମୟରେ ତାକୁ ପ୍ରଣାମ କରିବା ଅନୁଚିତ । କାରଣ ପୂଜା କରିବା ସମୟରେ ବ୍ୟକ୍ତିକୁ ପ୍ରଣାମ କରିବା ଅନୁଚିତ । ଏହା ଦ୍ୱାରା ବ୍ୟକ୍ତିଙ୍କ ଭକ୍ତିରେ ବାଧା ସୃଷ୍ଟି ହୋଇଥାଏ ।

ଶୋଇଥିବା ସମୟରେ କାହାର ପାଦ ଛୁଇଁବା ଅନୁଚିତ । କାରଣ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ପାଦକୁ ସେତେବେଳେ ଛୁଆଁଯାଏ ,ଯେତେବବେଳେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ ।

ପ୍ରଣାମ ସବୁବେଳେ ଦୁଇ ହାତ ଯୋଡ଼ି କରିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More