Only for Entertainment

ପ୍ରଥମ ଡେଟ ପରେ ଝିଅକୁ ମେସେଜ କରୁଛନ୍ତି ତ,ଭୁଲରେ କରନ୍ତୁ ନାହିଁ ଏହି କାମ ।

active.com
0 51

ଯେତେବେଳେ କୌଣସି ପୁଅ କିମ୍ବା ଝିଅ ପ୍ରେମରେ ପଡ଼ନ୍ତି ତ ଦିନ ରାତି ମେସେଜ କରିବାରେ ବ୍ୟସ୍ତ ରୁହନ୍ତି । ଅନ୍ୟ କୌଣସି କାମରେ ମନ ଲାଗେ ନାହିଁ । ଝିଅଙ୍କ ସହିତ କେହି ତାଙ୍କ ଜୀବନର ପ୍ରତ୍ୟେକ କଥା ଆଲୋଚନା କରନ୍ତୁ ତାହା ସେମାନଙ୍କୁ ପସନ୍ଦ ନୁହେଁ । ତେବେ ଚାଲନ୍ତୁ ଜାଣିବା ପ୍ରଥମ ଥର ଝିଅକୁ ଡେଟ କରୁଥିଲେ କେଉଁ କଥା ମେସେଜ କରିବା ଅନୁଚିତ ।

ପ୍ରଥମ ଡେଟ ପରେ ଝିଅକୁ ବାରମ୍ବାର ମେସେଜ କରନ୍ତୁ ନାହିଁ । ଅଧିକ ମେସେଜ କରିବା ଦ୍ୱାରା ବେଳେ ବେଳେ ସଂପର୍କ ଯୋଡ଼ିବା ଅପେକ୍ଷା ଭାଙ୍ଗିଯାଏ । ତେଣୁ ଏହି ଦିଗ ପ୍ରତି ଧ୍ୟାନ ରଖିବା ଉଚିତ ।

ଦିନରେ ମେସେଜ କରିବା ଠିକ ଅଛି । କିନ୍ତୁ ବିଳମ୍ବ ରାତି ପର୍ଯ୍ୟନ୍ତ ମେସେଜ କରନ୍ତୁ ନାହିଁ । ଏହା ଦ୍ୱାରା ସେ ରାଗି ଯାଇ ପାରନ୍ତି । ଏହା ଦ୍ୱାରା ସଂପର୍କରେ ଦୂରତା ଆସିପାରେ ।

ସଂପର୍କ ଯୋଡ଼ିବା ପୂର୍ବରୁ ବାରମ୍ବାର ଭାବିବା ଉଚିତ । ଏହା ବ୍ୟତୀତ ମଦ୍ୟପାନ ପରେ କେବେ ମଧ୍ୟ ମେସେଜ କରନ୍ତୁ ନାହିଁ । ହୁଏତ ଆପଣ କିଛି କହିଦେବେ ଏବଂ ସେ ରାଗି ଯିବେ ।

କୁହାଯାଏ କ୍ରୋଧ ମଣିଷର ବଡ଼ ଶତ୍ରୁ । ଏହି ସମୟରେ ବ୍ୟକ୍ତି କ’ଣ କରେ ସେ ନିଜେ ଜାଣି ନଥାଏ । ତେଣୁ ଏହି ସମୟରେ କେବେ ମଧ୍ୟ ମେସେଜ କରନ୍ତୁ ନାହିଁ ।
ପ୍

ରଥମ ଡେଟ ପରେ ଯଦି ଝିଅଙ୍କ ସହିତ ମେସେଜରେ କଥା ହେଉଛନ୍ତି ତେବେ ବହୁତ ପ୍ରଶ୍ନ ପଚାରନ୍ତୁ ନାହିଁ ।ଏହା ଦ୍ୱାରା ସେ ରାଗି ଯାଇପାରନ୍ତି ଏବଂ ଚିଡ଼ିଯାଇ ମଧ୍ୟ ପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More