Only for Entertainment

ମନିପ୍ଲାଂଟକୁ ନେଇ କରନ୍ତୁ ନାହିଁ ଏହି ଭୁଲ,ଉନ୍ନତି ପରିବର୍ତ୍ତେ ହୋଇଯିବ ଅବନତି ।

58

ଘରେ ଲଗା ଯାଇଥିବା ପ୍ରତ୍ୟେକ ସବୁଜ ବୃକ୍ଷ କେବଳ ଘରକୁ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରିନଥାଏ ବରଂ ଘରର ବାତାବରଣ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଯଦି ଏହାକୁ ଠିକ ଦିଗରେ ରଖାନଯାଏ ତେବେ ଧନହାନୀ ହୋଇଥାଏ ।ସେହି ମଧ୍ୟରୁ ମନିପ୍ଲାଂଟ ଗୋଟିଏ ।

ଏହାକୁ କେବେ ମଧ୍ୟ ଉତ୍ତର-ପୂର୍ବ ଦିଗରେ ଲଗାଇବା ଅନୁଚିତ । ଏହି ଦିଗରେ ରଖିଲେ ଆର୍ଥିକ ସମସ୍ୟା ବଢିଥାଏ ।

ଏହାକୁ କେବେ ମଧ୍ୟ ଝାଉଁଳିବାକୁ ଦିଅନ୍ତୁ ନାହିଁ । ଏହା କାନ୍ଥରେ ଉପରକୁ ବଢାଇବା ଉଚିତ । ଏହା ଦ୍ୱାରା ଧନବୃଦ୍ଧି ହୋଇଥାଏ ।ଏହା କେବେ ମଧ୍ୟ ମାଟିରେ ଖେଳାଇ ବଢାନ୍ତୁ ନାହିଁ ।

ଏହାକୁ ଘର ମଧ୍ୟରେ ଲଗାଇବା ଦ୍ୱାରା ଫଳପ୍ରାପ୍ତି ହୋଇଥାଏ ।

ବାସ୍ତୁ ଅନୁସାରେ ଏହାକୁ ଦକ୍ଷିଣ ପୂର୍ବ ଦିଗରେ ରଖିବା ଶୁଭ ହୋଇଥାଏ । ଯାହା ଦ୍ୱାରା ଧନ ଓ ସମୃଦ୍ଧି ବଢିଥାଏ ।

ଏହି ଗଛ ପତି ପତ୍ନୀ ମଧ୍ୟରେ ପ୍ରେମ ବଢାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More