Only for Entertainment

ଶନିବାର ଦିନ କ’ଣ ଖାଇବା ଅନୁଚିତ ।

TirthYatri
110

କୁହାଯାଏ ଯାହା ଉପରେ ଥରେ ଶନିଙ୍କ କୋପ ଦୃଷ୍ଟି ପଡ଼େ ତାହାର ଅନ୍ୟ କୌଣସି ଗତି ନଥାଏ । ସେମାନଙ୍କ ଜୀବନ ଦୁôଃଖପୂର୍ଣ୍ଣ ହେଇଯାଏ । ତେଣୁ ଶନିଦଶା ପଡ଼ିଥିବା ବ୍ୟକ୍ତିଙ୍କ ପାଇଁ କିଛି ଖାସ କଥା ରହିଛି । ଯାହା ଖାଦ୍ୟ ସହିତ ଜଡ଼ିତ । ଆସନ୍ତୁ ଆଲୋଚନା କରିବା ।

ଯଦି ଶନିବାର ଦିନ ଆପଣ କ୍ଷୀର କିମ୍ବା ଦହି ଖାଇବାକୁ ଚାହୁଁଛନ୍ତି ତେବେ ତାହାକୁ ସାଧା ଖାଆନ୍ତୁ ନାହିଁ। କ୍ଷୀରରେ ହଳଦୀ କିମ୍ବା ଗୁଡ ମିଶାଇ ସେବନ କରିପାରିବେ।

ଏହିଦିନ ଆମ୍ବ ଆଚାର ଖାଆନ୍ତୁ ନାହିଁ। ଏହାକୁ ଖାଇବା ଦ୍ୱାରା ଶନିଦେବଙ୍କ କୋପର ଶିକାର ହେବାକୁ ପଡ଼ିଥାଏ।

 

ଶନିବାର ଦିନ ଲାଲ୍‌ ଲଙ୍କା ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ଶନିଦେବଙ୍କ କୃଦୃଷ୍ଟି ପଡିଥାଏ।

 

ଶନିବାର ଦିନ ଚଣା, ବିରି ଓ ମୁଗ ଡାଲି ଖାଇପାରିବେ। କିନ୍ତୁ ମସୁର ଡାଲି ଏହିଦିନ ଖାଆନ୍ତୁ ନାହିଁ। ମସୁର ଡାଲି ସହିତ ମଙ୍ଗଳ ଗ୍ରହର ସମ୍ପର୍କ ରହିଛି। ତେଣୁ ମସୁର ଡାଲି ଖାଇବା ଦ୍ୱାରା ଶନିଦେବଙ୍କ କୁଦୃଷ୍ଟି ପଡିଥାଏ।

 

ସେହିପରି ଶନିବାର ଦିନ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ। ଏହା ଦ୍ୱାରା ଶନିଦେବଙ୍କ ଖରାପ ପ୍ରଭାବ ପଡିଥାଏ। ଏହାସହ ଦୁର୍ଘଟଣା ଘଟିବାର ସମ୍ଭାବନା ବୃଦ୍ଧି ପାଇଥାଏ।

 

ଶନିବାର ଦିନ ସୋରିଷ ତେଲରେ ତିଆରି ହୋଇଥିବା ଖାଦ୍ୟପଦାର୍ଥ ଖାଆନ୍ତୁ ନାହିଁ। ଏହିଦିନ ଶନିଦେବଙ୍କୁ ସୋରିଷ ତେଲ ଅର୍ପଣ କରନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More