ଶନିବାର ଦିନ ବର୍ଜନ କରନ୍ତୁ ଏହି ସମସ୍ତ ଖାଦ୍ୟ ।
- ଯଦି ଶନିବାର ଦିନ ଆପଣ କ୍ଷୀର କିମ୍ବା ଦହି ଖାଇବାକୁ ଚାହୁଁଛନ୍ତି ତେବେ ତାହାକୁ ସାଧା ଖାଆନ୍ତୁ ନାହିଁ। କ୍ଷୀରରେ ହଳଦୀ କିମ୍ବା ଗୁଡ ମିଶାଇ ସେବନ କରିପାରିବେ।
- ଏହିଦିନ ଆମ୍ବ ଆଚାର ଖାଆନ୍ତୁ ନାହିଁ। ଏହାକୁ ଖାଇବା ଦ୍ୱାରା ଶନିଦେବଙ୍କ କୋପର ଶିକାର ହେବାକୁ ପଡ଼ିଥାଏ।
- ଶନିବାର ଦିନ ଲାଲ୍ ଲଙ୍କା ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ଶନିଦେବଙ୍କ କୃଦୃଷ୍ଟି ପଡିଥାଏ।
- ଶନିବାର ଦିନ ଚଣା, ବିରି ଓ ମୁଗ ଡାଲି ଖାଇପାରିବେ। କିନ୍ତୁ ମସୁର ଡାଲି ଏହିଦିନ ଖାଆନ୍ତୁ ନାହିଁ। ମସୁର ଡାଲି ସହିତ ମଙ୍ଗଳ ଗ୍ରହର ସମ୍ପର୍କ ରହିଛି। ତେଣୁ ମସୁର ଡାଲି ଖାଇବା ଦ୍ୱାରା ଶନିଦେବଙ୍କ କୁଦୃଷ୍ଟି ପଡିଥାଏ।
- ସେହିପରି ଶନିବାର ଦିନ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ। ଏହା ଦ୍ୱାରା ଶନିଦେବଙ୍କ ଖରାପ ପ୍ରଭାବ ପଡିଥାଏ। ଏହାସହ ଦୁର୍ଘଟଣା ଘଟିବାର ସମ୍ଭାବନା ବୃଦ୍ଧି ପାଇଥାଏ।
- ଶନିବାର ଦିନ ସୋରିଷ ତେଲରେ ତିଆରି ହୋଇଥିବା ଖାଦ୍ୟପଦାର୍ଥ ଖାଆନ୍ତୁ ନାହିଁ। ଏହିଦିନ ଶନିଦେବଙ୍କୁ ସୋରିଷ ତେଲ ଅର୍ପଣ କରନ୍ତୁ।