Only for Entertainment

ଦାନ କରନ୍ତୁ ନାହିଁ ଏହି ଜିନିଷ, ବିଗିଡ଼ିପାରେ ପରିସ୍ଥିତି

100

ଲୋକ ପୁଣ୍ୟ ଲାଭ କରିବା ପାଇଁ ଓ ଭଗବାନଙ୍କ ଆଶୀର୍ବାଦ ପାଇବା ଲାଗି ଦାନ କରନ୍ତି। ବିଶ୍ୱାସ ରହିଛି ଯେ, ଅନ୍ୟକୁ ଦାନ କଲେ ନିଜର ସମସ୍ତ ଦୁଃଖ ଓ ସମସ୍ୟା ଦୂର ହୁଏ। ଏହାବ୍ୟତୀତ ଯଦି ଆପଣଙ୍କ ରାଶିରେ କିଛି ଦୋଷ ଥାଏ, ତାହା ମଧ୍ୟ ଦୂର ହୁଏ। ହେଲେ ବେଳେ ବେଳେ ଅଜାଣତରେ ଅନେକ ଲୋକ ଏମିତି କିଛି ବସ୍ତୁ ଦାନ କରିଦେଇଥାନ୍ତି ଯାହା ଦାନ କରିବା ଅଶୁଭ ହୋଇଥାଏ। ଫଳରେ ତାଙ୍କର ସମସ୍ୟା ଦୂର ହେବା ବଦଳରେ ଆହୁରି ବଢ଼ିଯାଏ। ଜ୍ୟୋତିଷ ଶାସ୍ତ୍ରରେ କେଉଁ କେଉଁ ଦାନ ବର୍ଜନୀୟ ବୋଲି କୁହାଯାଇଛି ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବୁ।

ଭୋକିଲାକୁ ଭୋଜନ ଦେବା ସଂସାରର ସବୁଠାରୁ ବଡ଼ ପୂଣ୍ୟକାମ ଓ ଦାନ । କିନ୍ତୁ ଯଦି ତାହା ବାସି ହୋଇଥାଏ ତେବେ ଏହା ଦାନ କରିବା ଅଶୁଭ। ଏହା ଦ୍ୱାରା ମା’ ଅନ୍ନପୂର୍ଣ୍ଣା ରୁଷ୍ଟ ହୋଇଥାନ୍ତି। ଫଳରେ ଘରେ ଅନ୍ନ ଅଭାବ ଦେଖାଯାଏ।

 ଦରିଦ୍ରକୁ ବସ୍ତ୍ର ଦାନ କରିବା ଭଲ, ହେଲେ ପୁରୁଣା କିମ୍ବା ଚିରା ଲୁଗା ଦାନ କରିବା ଅଶୁଭ। ଏପରି କଲେ ମା’ ଲକ୍ଷ୍ମୀ ରାଗିଥାନ୍ତି ଫଳରେ ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖାଦିଏ।

 ଝାଡ଼ୁ ଦାନ କରନ୍ତୁ ନାହିଁ। ନଚେତ୍ ବ୍ୟବସାୟରେ କ୍ଷତି ହେବା ସହ ଘରେ ମଧ୍ୟ ଧନ ଅଭାବ ଦେଖାଦେବ। ଏପରି ଅବସ୍ଥା ହେବ ଯେ ଆପଣ ତଳିତଳାନ୍ତ ହୋଇଯିବେ।

ଶାସ୍ତ୍ରରେ ବାସନ ଦାନକୁ ମଧ୍ୟ ବର୍ଜନୀୟ ବୋଲି କୁହାଯାଇଛି। ବିଶେଷକରି ଷ୍ଟିଲ୍ ବାସନ ଦାନ କଲେ ଘରୁ ସୁଖ ଶାନ୍ତି ଶେଷ ହୋଇଯାଇଥାଏ।

ଲୁହା ଜିନିଷ ଦାନ କରନ୍ତୁ ନାହିଁ, ବିଶେଷ କରି ଲୁହାର କୌଣସି ଧାରୁଆ ଜିନିଷ ଦାନ କରିବା ଅଶୁଭ। ଏହାଦ୍ୱାରା ଆପଣଙ୍କର ଧାର କରଜ ବୃଦ୍ଧି ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More