Only for Entertainment

ମୋବାଇଲ ଫୋନକୁ ପାଖରେ ରଖି ଶୋଉଛନ୍ତି କି ତେବେ ହୋଇଯା’ନ୍ତୁ ସାବଧାନ ।

health.com
0 37

ଶୋଇବା ପୂର୍ବରୁ ଅନେକ ଲୋକ ମୋବାଇଲ୍‌ ଫୋନ୍‌ରେ କଥା ହୁଅନ୍ତି, ଚାଟ୍‌ କରନ୍ତି। ତା’ପରେ ଫୋନ୍‌କୁ ପାଖରେ ରଖି ଶୋଇଯାଆନ୍ତି। ଆପଣ ବି ଏମିତି କରୁଥିବେ! କିନ୍ତୁ ଏଅଭ୍ୟାସ ଭଲ ନୁହେଁ। ଏହା ଅନେକ ବିପଦକୁ ଆମନ୍ତ୍ରଣ କରିଥାଏ। କାଲିଫର୍ନିଆ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଗବେଷଣା ଅନୁଯାୟୀ ମୋବାଇଲ୍‌ ଫୋନ୍‌କୁ ରାତିରେ ପାଖରେ ରଖି ଶୋଇବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ। ତା’ହେଲେ ଆସନ୍ତୁ ଜାଣିବା ଏହା ଦ୍ୱାରା କ’ଣ ସବୁ କ୍ଷତି ହୋଇଥାଏ।

  • ସ୍ମାର୍ଟ୍‌ ଫୋନ୍‌ରୁ ନିର୍ଗତ ହେଉଥିବା ଇଲଟ୍ରୋମ୍ୟାଗ୍‌ନେଟିକ୍‌ ତରଙ୍ଗ ଭୟଙ୍କର ରୋଗର କାରଣ ହୋଇପାରେ। ଏଥିପାଇଁ ଶୋଇବା ସମୟରେ ମୁଣ୍ଡ ପାଖରେ ମୋବାଇଲ୍‌ ଫୋନ୍‌ ରଖି ଶୁଅନ୍ତୁ ନାହିଁ। ଖାସ୍‌କରି ଛୋଟ ଛୁଆଙ୍କ ମୁଣ୍ଡପାଖରୁ ଏହାକୁ ଦୂରେଇ ରଖନ୍ତୁ।
  • ରାତିରେ ଶୋଇବା ପୂର୍ବରୁ ମୋବାଇଲ୍‌ ଫୋନ୍‌ର ବ୍ୟବହାର କଲେ ଏଥିରୁ ନିର୍ଗତ ନୀଳରଶ୍ମୀ ଶରୀରରେ ଥିବା ମେଲାଟୋନିନ୍ ହର୍ମୋନ୍‌ ମାତ୍ରାକୁ କମ୍‌ କରାଏ। ଯେଉଁ କାରଣରୁ ନିଦ୍ରାହିନତା ଭଳି ସମସ୍ୟା ଦେଖାଯାଇଥାଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More