Only for Entertainment

ଭୁଲରେ ମଧ୍ୟ କରନ୍ତୁ ନାହିଁ ଏଭଳି ପୁଅଙ୍କୁ ବିବାହ

Couples Counseling Chicago
0 97

ଝିଅଙ୍କ ମନରେ ନିଜ ଜୀବନସାଥୀକୁ ନେଇ ଅନେକ ପ୍ରଶ୍ନ ଉଠିଥାଏ । ପ୍ରତ୍ୟେକ ଝିଅ ଚାହିଁଥାନ୍ତି ତାଙ୍କ ପାର୍ଟନର ତାଙ୍କୁ ଭଲପାଇବା ସହିତ ସମ୍ନାନ ମଧ୍ୟ କରନ୍ତୁ । କିନ୍ତୁ ଅନେକ ସମୟରେ ପୁଅଙ୍କ ବିଷୟରେ ନଜାଣି ସେମାନଙ୍କ କିଛି ଗୁଣକୁ ଦେଖି ଝିଅମାନେ ସେମାନଙ୍କ ପ୍ରତି ଆକର୍ଷିିତ ହୋଇଯାଆନ୍ତି । ତେବେ ଏହି ନିର୍ଣ୍ଣୟ ପାଇଁ ବେଳେବେଳେ ଅନେକ ଝିଅ ଅବଶୋଷ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଭଳି ପୁଅଙ୍କୁ ଭୁଲରେ ମଧ୍ୟ ବିବାହ କରିବା ଉଚିତ ନୁହେଁ ।

ନିଜର ପ୍ରଶଂସା କରୁଥିବା
ଯେଉଁ ବ୍ୟକ୍ତି ନିଜକୁ ପ୍ରାଧାନ୍ୟ ଦେଇଥାଏ ସେମାନଙ୍କ ଠାରୁ ଦୂରରେ ରୁହନ୍ତୁ । ଏହା ସହିତ ଯେଉଁ ବ୍ୟକ୍ତି ଆପଣଙ୍କ କାମକୁ କିମ୍ବା ଆପଣଙ୍କୁ ପ୍ରାଧାନ୍ୟ ଦିଅନ୍ତି ନାହିଁ ସେମାନଙ୍କୁ ବିବାହ କରିବା ଉଚିତ ନୁହେଁ । ଏ ଭଳି ପୁ୍ଅଙ୍କୁ ବିବାହ କରିବା ଦ୍ୱାରା ଭବିଷ୍ୟତରେ ଅନେକ ସମସ୍ୟା ଦେଖାଯାଇଥାଏ ।

ଟଙ୍କାକୁ ମହତ୍ୱ ଦେବା
ଆଜିର ସମାଜରେ ଆର୍ଥିକ ରୂପରେ ମଜବୁତ ହେବା ଜରୁରୀ ଅଟେ । କିନ୍ତୁ ଯେଉଁ ବ୍ୟକ୍ତି ପଇସା ପଛରେ ଗୋଡାଇଥାଏ ତାହା ଠାରୁ ଦୂରରେ ରହିବା ଉଚିତ ।

ମଜାକ ଉଡାଉଥିବା ବ୍ୟକ୍ତି
ଯଦି ଆପଣଙ୍କ ପାର୍ଟନର ଆପଣଙ୍କର କୌଣସି କାମକୁ ନେଇ ଆପଣଙ୍କର ମଜାକ ଉଡାନ୍ତି ତେବେ ସେମାନଙ୍କ ସହିକ କୌଣସି ସମ୍ପର୍କ ରଖନ୍ତୁ ନାହିଁ ।

ପଜେସିଭ ନେଚର
ଯେଉଁ ବ୍ୟକ୍ତି ଆପଣଙ୍କୁ ନେଇ ହିଂସ୍ର ହୋଇଯାଏ ଏବଂ କଥା କଥାରେ ସନ୍ଦେହ କରିଥାନ୍ତି ସେମାନଙ୍କୁ ବିବାହ କରନ୍ତୁ ନାହିଁ । ଆରମ୍ଭରୁ ପୁଅମାନଙ୍କର ଏହି ନେଚର ଭଲ ଲାଗିଥାଏ କିନ୍ତୁ ପରେ ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ ।

ଆପଣଙ୍କ ଦୁର୍ବଳତାକୁ ଖୋଜିଥାଏ

ଆପଣଙ୍କ ଲାଇଫ ପାର୍ଟନର ଯଦି ସର୍ବଦା ଆପଣଙ୍କ ଦୁର୍ବଳତାକୁ ଖୋଜୁଥାଏ ତେବେ ସେମାନଙ୍କ ଠାରୁ ଦୂରରେ ରୁହନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More