Only for Entertainment

ସକାଳ ଜଳଖିଆ ନ ଖାଇଲେ ହୋଇଥାଏ ଏହି ସବୁ ସମସ୍ୟା ।

TripAdvisor
0 46

ସାରା ଦିନର ଆହାର ମଧ୍ୟରୁ ସକାଳର ଜଳଖିଆ କରିବା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । କାରଣ ଯଦି ଆପଣ ସକାଳର ଜଳଖିଆ ଠିକ୍ ସମୟରେ କରୁ ନାହାନ୍ତି, ତେବେ ଆପଣଙ୍କ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିପାରେ । ନିକଟରେ ଏକ ଗବେଷଣାରୁ ଜଣାପଡିଛି, ସକାଳ ଜଳଖିଆ ନ ଖାଇବା ଦ୍ୱାରା ଗମ୍ଭୀର ରୋଗରେ ଶିକାର ହୋଇପାରନ୍ତି ।
ତେବେ ଆସନ୍ତୁ ଜାଣିବା ବ୍ରେକ୍ପାଷ୍ଟ ନ କରିବା ଫଳରେ ହେଉଥିବା କ୍ଷତି ସମ୍ପର୍କରେ ।

ଡାଇବେଟିସ୍:

ସକାଳର ଜଳଖିଆ ନ କରିବା ଦ୍ୱାରା ଡାଇବେଟିଜ ହେବାର ସମ୍ଭାବନା ଅଧିକ ହୋଇଥାଏ । ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ , ମହିଳାମାନେ ସକାଳର ଜଳଖିଆ ନ ଖାଇବା କାରଣରୁ ଡାଇବେଟିସରେ ଆକ୍ରାନ୍ତ ହେବାର ସମ୍ଭାବନା ୨୦ ପ୍ରତିଶତ ଅଧିକା ଥାଏ ।

ଓଜନ ବୃଦ୍ଧି:

ଯଦି ଆପଣ ଭାବୁଥାନ୍ତି, ବ୍ରେକଫାଷ୍ଟ ନ ଖାଇବା ଫଳରେ ଆପଣଙ୍କ ଓଜନ ହ୍ରାସ ପାଇବ, ତେବେ ଆପଣ ଭୂଲ ଭାବୁଛନ୍ତି, କାରଣ କେତେକ ଗବେଷଣାରୁ ଜଣାପଡିଛି ପ୍ରତିଦିନ ଠିକ୍ ସମୟରେ ବ୍ରେକଫାଷ୍ଟ କରିବା ଦ୍ୱାରା ଆପଣଙ୍କ ଓଜନ ଠିକ୍ ରହିବ । ଏହାଛଡା ଗବେଷଣାରୁ ଆହୁରି ମଧ୍ୟ ଜଣାପଡିଛି, ଯେଉଁମାନେ ବ୍ରେକଫାଷ୍ଟ ଖାଇ ନଥାନ୍ତି, ସେମାନେ ଲଞ୍ଚ ଓ ଡିନର୍ ରେ ଅଧିକ ଖାଇଥାନ୍ତି, ଯାହାଦ୍ୱାରା ଓଜନ ହ୍ରାସ ନ ପାଇ ବରଂ ବୃଦ୍ଧି ହୋଇଥାଏ ।

ପଚନ କ୍ରିୟା ଉପରେ ପ୍ରଭାବ:

ବ୍ରେକଫାଷ୍ଟ ନ ଖାଇବା ଦ୍ୱାରା ଶରୀରର ପାଚନ କ୍ରିୟା ଉପରେ ପ୍ରଭାବ ପଡିଥାଏ । ଦିନ ମଧ୍ୟରେ ସଠିକ୍ ସମୟରେ ଭୋଜନ ନ କଲେ, ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ବହୁ ସମୟ ବ୍ୟବଧାନ ଯାଏ ନ ଖାଇବା ଦ୍ୱାରା ଶରୀରରେ କ୍ୟାଲୋରୀ ବୃଦ୍ଧି ପାଇଥାଏ ।

ଭୋକ ଲାଗିବା ସହ ରାଗ ଆସିବା:

ଅଧିକ ସମୟ ଧରି ଭୋକରେ ରହିବା ଦ୍ୱାରା କେତେକ ଲୋକଙ୍କୁ ରାଗ ଆସିଥାଏ । ଏକ ଗବେଷଣାରୁ ଯାହା ଜଣାପଡିଛି, ଯେଉଁ ବ୍ୟକ୍ତି ପ୍ରତିଦିନ ବ୍ରେକଫାଷ୍ଟ କରନ୍ତି, ସେମାନଙ୍କ ମନ ଅନ୍ୟମାନଙ୍କ ଅପେକ୍ଷା ଭଲ ରହିଥାଏ । ଏହାଛଡା ବ୍ରେକଫାଷ୍ଟ ନ କରିବା ଦ୍ୱାରା ରକ୍ତ ସୁଗାରର ସ୍ତର କମ ହେବାରେ ଲାଗିଥାଏ । ମୁଣ୍ଡବିନ୍ଧା ସହ ମୁଣ୍ଡ ବୁଲାଇବା ଆଦି ସମସ୍ୟା ଦେଖାଦିଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More