Only for Entertainment

ଭୁଲରେ ବି ଦିଅନ୍ତୁ ନାହିଁ ପତିଙ୍କ ସମ୍ବନ୍ଧରେ ଏଭଳି ତଥ୍ୟ !

focusonthefamily.com
0 70

ମହିଳାଙ୍କ ମଧ୍ୟରେ ସବୁଠାରୁ ପ୍ରିୟ ଟପିକ ହେଉଛି ସେମାନଙ୍କ ସ୍ୱାମୀ କିମ୍ବା ବୟଫ୍ରେଣ୍ଡ । ଏଭଳି ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ ମଜା ମଜାରେ ମହିଳା ମାନେ ସ୍ୱାମୀଙ୍କ ସମ୍ବନ୍ଧରେ ଏଭଳି କିଛି କହି ଦେଇଥାଆନ୍ତି ଯେଉଁଥିଲାଗି ପର ମୂହୁର୍ତ୍ତରେ ତାଙ୍କୁ ପଶ୍ଚାତାପ କରିବାକୁ ପଡିଥାଏ ।

ମନ୍ତାନ୍ତର
ଅନେକ ସମୟରେ ଦେଖାଯାଇଛି ଯେ ଯେବେ ବି ଆପଣଙ୍କ ସ୍ୱାମୀଙ୍କ ସହ ଆପଣଙ୍କର ଝଗଡା ହୋଇଥାଏ ପତ୍ନୀ ନିଜ ବାପ ଘରେ ଦୁଃଖଭରା କାହାଣୀ ବଖାଣିବାରେ ଲାଗି ପଡନ୍ତି ଏବଂ କାନ୍ଦନ୍ତି । ସେହି ସମୟରେ ତାଙ୍କୁ ଆଶ୍ୱସନା ସିବା ମିଳି ଯାଇଥାଏ ମାତ୍ର ବିବାହ ସମ୍ବନ୍ଧରେ ଏହାର ଖରାପ ଭୂମିକା ଉତ୍ପନ୍ନ କରାଇଥାଏ । ଯଦି ଆପଣ ସ୍ୱାମୀଙ୍କ ସହ ଝଗଡା କରୁଛନ୍ତି ଏବଂ ଏହି କଥା କାହା ଆଗେ ସେୟାର କରୁଛନ୍ତି ଆପଣଙ୍କୁ ସହାନୁଭୂତି ସିନା ମିଳିଯିବ ମାତ୍ର କରିବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କ ଇଜ୍ଜତ ଉପରେ ଆଂଚ ଆସିଥାଏ ।
ଆପଣଙ୍କ ଝଗଡା ହୁଏତ ଶେଷ ହୋଇ ଯାଇପାରେ ମାତ୍ର ଆପଣଙ୍କ ସ୍ୱାମୀଙ୍କର ଏକ ନୂତନ ଚରିତ୍ର ଚିତ୍ରଣ ହୋଇଯାଏ ଯାହାର କେବେ ପରିସମାପ୍ତ ହୋଇ ପାରିବନାହିଁ ।

ଦରମା
ପତିଙ୍କ ଦରମା ସମ୍ପର୍କରେ କୌଣସି ସ୍ଥାନରେ କୁହନ୍ତୁ ନାହିଁ । କାରଣ ଏବେ ବି ଅନେକ ସ୍ଥାନରେ ଦରମାକୁ ନଜରରେ ରଖି ସମ୍ମାନ ଦିଆଯାଉଛି ।

ଭୟ ଏବଂ ରୋଗ
ଯଦି ଆପଣଙ୍କ ସ୍ୱାମୀଙ୍କୁ କୌଣସି ଜିନିଷ ପ୍ରତି ଭୟ ରହିଛି ଏହି କଥା କେଉଁଠାରେ ବି ପ୍ରକାଶ କରନ୍ତୁ ନାହିଁ । ହୋଇପାରେ ଏହି ଉକ୍ତି ପାଇଁ ଆପଣଙ୍କ ଥଟ୍ଟା ପରିହାସର ପାତ୍ର ହୋଇପାରନ୍ତି କିମ୍ବା ଏହାର କେହି ଭୁଲ ପ୍ରୟୋଗ କରିପାରନ୍ତି । ସେହିଭଳି ସ୍ୱାମୀଙ୍କ ରୋଗ ବ୍ୟାଧି ସମ୍ପର୍କରେ ମଧ୍ୟ କାହା ଆଗେ କିଛି କୁହନ୍ତୁ ନାହିଁ । ନଚେତ ଲୋକମାନେ ତାଙ୍କ ସହ ଲୋକ ମିଶିବେ ନାହିଁ । ଏହାଦ୍ୱାରା ଆପଣଙ୍କ ସ୍ୱାମୀଙ୍କର ଚିନ୍ତା ବୃଦ୍ଧି ହେବାର ସମ୍ଭାବନା ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More