Only for Entertainment

ଅପରିଷ୍କାର ପୋଷାକ ପରିଧାନ କରନ୍ତୁ ନାହିଁ,ହୋଇପାରେ ଏହିଭଳି କ୍ଷତି ।

A Glass Of Ice
0 65

ଅପରିଷ୍କାର ବସ୍ତ୍ର ପରିଧାନ କରିବା ଦ୍ୱାରା କେବଳ ଶରୀର ଅସୁସ୍ଥ ହୋଇଥାଏ ତାହା ନୁହେଁ ବରଂ ଆମ ଚତୁଃପାଶ୍ୱର୍ର ଲୋକ ମଧ୍ୟ ଧୀରେ ଧୀରେ ଦୂରେଇବାକୁ ଲାଗନ୍ତି । ବିଜ୍ଞ ବ୍ୟକ୍ତିଙ୍କ କହିବା ଅନୁସାରେ ଅପରିଷ୍କାର ବସ୍ତ୍ର ପରିଧାନ କରିବା ଦ୍ୱାରା ଟଙ୍କାର ମଧ୍ୟ ଘୋର ଅଭାବ ଦେଖାଯାଏ । ଏହି ମସସ୍ତ କଥାକୁ ନେଇ ଗରୁଡ଼ ପୁରାଣରେ କିଛି ତଥ୍ୟ ରହିଛି,ଯାହାକୁ ଆପଣ ଜାଣିବା ନିହାତି ଆବଶ୍ୟକ । ନିଜର ସୁଖ ସମୃଦ୍ଧି ପାଇଁ ଏହି ସବୁ କଥା ଜାଣିବା ଖୁବ ଗୁରୁତ୍ୱପୂର୍ଣ୍ଣ । ତେବେ ଆସନ୍ତୁ ଆଲୋଚନା କରିବା ଏହି ତଥ୍ୟ ବିଷୟରେ ।

ଶରୀର ଅସୁସ୍ଥତା: ମଇଳା କପଡା ପିନ୍ଧିବା ଦ୍ୱାରା ଏଲର୍ଜି ଓ ଇଂଫେକ୍ସନ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଯେଉଁ କାରଣରୁ ଡକ୍ଟର ଆପଣଙ୍କ ଠାରୁ ଓøଷଧ ବାବଦରେ ମୋଟା ଅଙ୍କର ଟଙ୍କା ନେଇଥାନ୍ତି । ଏହା ଛଡା ଗରୁଡ ପୁରାଣରେ ମଧ୍ୟ ମଇଳା କପଡା ବ୍ୟବହାର କରିବା ଦ୍ୱାରା ଟଙ୍କା ଅଭାବ ହୋଇଥାଏ ବୋଲି କୁହାଯାଇଛି ।

ଯଦି ଗରୁଡ଼ ପୁରାଣ କଥା କୁହାଯିବ, କୌଣସି ବ୍ୟକ୍ତି ସୁଖ ସୁବିଧାରେ ରହିବା ପରେ ସୁଦ୍ଧା ମଇଳା କପଡା ପିନ୍ଧୁଛି, ତେବେ ତା ପାଖରୁ ସୁଖ ଦୂର ହୋଇ ତା ଜୀବନଟା ପୂରା ଦୁଃଖରେ ଭରିଯାଏ । ସାଧାରଣତଃ କୁହାଯାଏ ଏପରି ଲୋକଙ୍କ ଉପରେ ଲକ୍ଷ୍ମୀ ମା କ୍ରୋଧ ହୋଇଥାନ୍ତି । ମଇଳା କପଡା ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ଖରାପ ପ୍ରଭାବ ପକାଇବା ସହ ସୁଯୋଗକୁ ହାତଛଡା କରିଥାଏ ।

ଗରୁଡ ପୁରାଣରେ କୁହାଯାଇଛି ଯଦି କେଉଁ ବ୍ୟକ୍ତି କୌଣସି କଳାର ଅଧିକାରୀ ହୋଇ ବହୁ ସମୟ ଧରି ସେ ସେଇ କଳାର ଅଭ୍ୟାସ ନ କରେ ତେବେ ତା’ ନିକଟରୁ ସେଇ କଳା ଦୂର ହୋଇଯାଇଥାଏ । ଠିକ୍ ସେହିପରି ଯଦି କୌଣସି ବ୍ୟକ୍ତି ବହୁ ସମୟ ଧରି ମଇଳା କପଡା ପିନ୍ଧୁଛି ତାହେଲେ ତାର ବାକି କପଡା ଖୁବ୍ ଶୀଘ୍ର ନଷ୍ଟ ହୋଇଯିବ ।

କେବଳ ସେତିକି ନୁହେଁ ମଇଳା କପଡା ପିନ୍ଧିବା ଦ୍ୱାରା ଆପଣଙ୍କ ଆତ୍ମବିଶ୍ୱାସର ସ୍ତର ହ୍ରାସ ପାଇଥାଏ । ଯାହାଫଳରେ ଆପଣ କୌଣସି କାମ ମନ ଲଗାଇ କରି ପାରିବେ ନାହିଁ, ଯେଉଁ କାରଣରୁ ଆପଣ ସଫଳତାର ସୋପାନ ମଧ୍ୟ ଚଢି ପାରିବେ ନାହିଁ । ଯଦି ଆପଣ ସଫା ସୁତୁରା କପଡା ପିନ୍ଧୁଛନ୍ତି, ତେବେ ପ୍ରତ୍ୟେକ କାମ କରିବା ପାଇଁ ଆପଣଙ୍କ ଆଗ୍ରହ ହେବ ଏବଂ ଏଥି ସହ ତାହାକୁ ସଂପୂର୍ଣ୍ଣ କରିବାକୁ ଆପଣ ଚେଷ୍ଟା କରିବେ । ଯାହା ଦ୍ୱାରା ଆପଣ ପରବର୍ତ୍ତୀ ସମୟରେ ଉନ୍ନତି କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More