Only for Entertainment

ଆସୁଛି ନୂଆ ଆପ, ଏଣିକି ଭଡାରେ ନେଇପାରିବେ ବୟଫ୍ରେଣ୍ଡ !

you tube
0 28

ମାନସିକ ଅବସାଦରେ ଥିବା ଏବଂ ପ୍ରେମରେ ଧୋକ୍କା ଖାଇଥିବା ଯୁବତୀ ଏବଂ ମହିଳାଙ୍କ ପାଇଁ ଦେଶର ଜଣେ ଇଣ୍ଟେରିୟର ଡେକୋରେଟର ଏକ ନୂଆ ଆପ ବନାଇଛନ୍ତି । ଏହି ଆପ ବିଶେଷକରି ସେହି ଝିଅମାନଙ୍କ ପାଇଁ ଯେଉଁମାନେ ସିଙ୍ଗିଲ ରହିଥିବା କାରଣରୁ ମାନସିକ ଅବସାଦକୁ ଚାଲି ଯାଆନ୍ତି ।

ପୂର୍ବରୁ ଏହି ବ୍ୟବସ୍ଥା ଚାଇନା ଭଳି ଦେଶରେ ଦେଖିବାକୁ ମିଳିଥିଲା ବେଳେ ଖୁବ ଶୀଘ୍ର ଭାରତରେ ଏହି ଆପ ଆରମ୍ଭ ହେବାକୁ ଯାଉଛି । ଯାହା ଫଳରେ ଭଡ଼ାରେ ମିଳିପାରିବେ ବୟଫ୍ରେଣ୍ଡ । ପେସାରେ ଇଣ୍ଟେରିୟର ଡେକୋରେଟର ଥିବା କୌଶଳ ପ୍ରକାଶ ଗତ ୨୩ବର୍ଷ ଧରି ଏହି ଆପ ବନାଇବାର ଯୋଜନାରେ ଥିଲେ । ଏହି ଆପର ନାମ ହେଉଛି ରେଣ୍ଟ ଏ ବୟଫ୍ରେଣ୍ଡ (ଆରଏବିଏଫ) ।

କୌଶଳ କହିଛନ୍ତି ଯେ, ଭାରତ ଭଳି ଦେଶରେ ରେଣ୍ଟ ଏ ଗାର୍ଲ ଠିକ ନୁହେଁ । ତେଣୁ ମାନସିକ ଅବସାଦରେ ରହୁଥିବା ଯୁବତୀଙ୍କୁ ସହଯୋଗ ପାଇଁ ଏହି ଆପ ଆରମ୍ଭ କରାଯିବ । ବୟଫ୍ରେଣ୍ଡ ମାନଙ୍କୁ ମଧ୍ୟ ସଠିକ ପ୍ରଶିକ୍ଷଣ ଦିଆଯିବ । ଏହାଦ୍ୱାରା କୌଣସି ପ୍ରାଇଭେଟ ଡେଟ କିମ୍ବା ଶାରୀରିକ ସମ୍ପର୍କ ସ୍ଥାପନ ହେବ ନାହିଁ । କେବଳ ମାନସିକ ଭାବାବେଗ ସହ ଏହା ଜଡିତ ଅଟେ । ଏହା ମାଧ୍ୟମରେ ଏପରି କିଛି କାମ ହେବ ନାହିଁ ଯାହାଦ୍ୱାରା କେହି ଆପତ୍ତି କରିବେ । ସ୍ୱତନ୍ତ୍ର ପ୍ରଶିକ୍ଷିତ ବୟଫ୍ରେଣ୍ଡମାନେ ଝିଅମାନଙ୍କ ସହ ହୃଦୟ ଖୋଲା କଥାବାର୍ତ୍ତା ହେବେ । ଫୋନରେ ୧୫ରୁ ୨୦ ମିନିଟ କଥା ପାଇଁ ୫୦୦ଟଙ୍କାର ବିଲ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More