ପୁଣିଥରେ ଅଜୟ ସାଜିବେ ସର୍ଦ୍ଦାର । କମେଡି ଫିଲ୍ମର ନୂଆ ଅନ୍ଦାଜ ।
ବଲିଉଡ ତାରକା ଅଜୟ ଦେବଗନ ଯେତିକି ପରିଶ୍ରମରେ ଆକ୍ସନ ମୁଭି କରନ୍ତି ସେହିଭଳି କମେଡି ଫିଲ୍ମ ମଧ୍ୟ । ଖବର ମୁତାବକ ସେ ଖୁବ ଶୀଘ୍ର ଏକ କମେଡି ଫିଲ୍ମରେ ନଜର ଆସିବେ ।
‘ସନ ଅଫ ସର୍ଦ୍ଦାର’ର ନିର୍ଦ୍ଦେଶକଙ୍କ କହିବା ଅନୁସାରେ ସେ ପୁଣିଥରେ ଅଜୟଙ୍କ ସହିତ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ତାଙ୍କ କହିବା ଅନୁସାରେ ଫିଲ୍ମରେ ଅଜୟ ଏକ ଫନି ସର୍ଦ୍ଦାର ଭାବରେ ନଜର ଆସିବେ ।
ନିର୍ଦ୍ଦେଶକଙ୍କ କହିବା ଅନୁସାରେ ‘ସନ ଅଫ ସର୍ଦ୍ଦାର’ର ଦ୍ୱିତୀୟ ଭାଗ ମଧ୍ୟ ହୋଇପାରେ । ଫିଲ୍ମ ଆସନ୍ତା ଦିପାବଳୀକୁ ରିଲିଜ ହେବ । ତେବେ ରିଲିଜ ଡେଟ ବିଷୟରେ ପଚାରିବାରୁ ସେ କହିଛନ୍ତିଯେ ଫିଲ୍ମର ନିର୍ମାତା ଅଜୟ ଦେବଗନ ଏବଂ ସେ ଏହି ବିଷୟରେ ସୂଚନା ଦେବେ ।
ନିକଟରେ ରିଲିଜ ହୋଇଥିବା ଅଜୟଙ୍କ ଫିଲ୍ମ ରେଡକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ଫିଲ୍ମ ୭୦ କୋଟିରୁ ଅଧିକ ରୋଜଗାର କରିସାରିଛି ।