Only for Entertainment

କରୀନାଙ୍କ ଭାଗ୍ୟ ବଦଳାଇଲେ ଛୋଟେ ନବାବ! ବହୁ ଦିନ ବ୍ୟବଧାନରେ ଏକାଧିକ ସିନେମାର ଅଫର ।

social post
0 51

ପୁଅ ତୈମୁରଙ୍କ ଜନ୍ମ ପରେ ବେଶ ଲମ୍ବା ସମୟ ଧରି ବଡ଼ ପରଦାରୁ ଦୂରେଇ ଯାଇଥିବା ଅଭିନେତ୍ରୀ କରୀନା କପୁର ଖୁବ ଶୀଘ୍ର ‘ବୀରେ ଦି ୱେଡିଙ୍ଗ’ରେ ନଜର ଆସିବେ । ଏହା ବ୍ୟତୀତ ଖୁସିର ଖବର ହେଉଛିଯେ କରୀନା ଏକାଧିକ ଫିଲ୍ମରେ ନଜର ଆସିବେ । ସେହି ମଧ୍ୟରୁ ଗୋଟିଏ ଫିଲ୍ମ ହେଉଛି ଅଜୟ ଦେବଗନଙ୍କ ମରାଠୀ ଫିଲ୍ମ ‘ଆପଲା ମାନୁଷ’ । ଏହା ହିନ୍ଦୀର ରିମେକ । ଆଶୁତୋଷ ଗୋୱାରିକର ସ୍କ୍ରିପ୍ଟ ଲେଖିଥିବା ସହ ନିର୍ଦ୍ଦେଶକ ଭାବେ ମଧ୍ୟ ନଜର ଆସିବେ ।

ମରାଠୀ ଫିଲ୍ମରେ ମୁଖ୍ୟ ଭୂମିକାରେ ନାନା ପଟେକର ଅଭିନୟ କରିଛନ୍ତି । ଏହାର ହିନ୍ଦୀ ରୂପାନ୍ତରଣରେ ସେହି ଭୂମିକାରେ ନଜର ଆସିବେ ଅଜୟ ଦେବଗନ । ତେବେ ଫିଲ୍ମର ଅନ୍ୟ କଳାକାରଙ୍କର ମଧ୍ୟ ଚୟନ ସରିଛି ।

ସୂଚନା ମୁତାବକ ‘ବୀରେ ଦି ୱେଡିଙ୍ଗ’ ଜୁନ ମାସରେ ରିଲିଜ ହେବାକୁ ଯାଉଛି । ଚାରି ବାନ୍ଧବୀଙ୍କୁ ନେଇ ଏହି ଫିଲ୍ମକୁ ଚିତ୍ରଣ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More