Only for Entertainment

ମଂଜରୀ ଟିଭିର ପ୍ରଥମ ମେଗା ଧାରାବାହିକ ‘ମୋ ଦେହେ ବୋଳିଦେ ତୋ ଦେହ କଳା’ର ପ୍ରଥମ ଲୁକ ରିଲିଜ

258

ଖୁବଶୀଘ୍ର  ଛୋଟ ପରଦାରେ ରିଲିଜ ହେବାକୁ ଯାଉଛି ନୂଆ ଧାରାବାହିକ ‘ମୋ ଦେହେ ବୋଳିଦେ ତୋ ଦେହ କଳା’ । ଏହି ମେଗା ସିରିଅଲ ଇଷ୍ଟର୍ଣ୍ଣ ମିଡିଆ ଅନ୍ତର୍ଗତ ନୂଆ ଚ୍ୟାନେଲରେ ରିଲିଜ ହେବ । ଯାହାର ପ୍ରଥମ ପ୍ରମୋ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ବିବାହକୁ ନେଇ ପରିବାର ମଧ୍ୟରେ ରହିଥିବା ବିବାଦ ଏବଂ ନିଷ୍ପତ୍ତି ବିଷୟରେ ସଂକ୍ଷେପରେ କହିଛନ୍ତି ।

ତେବେ ଭିଡିଓରେ ଶ୍ରଦ୍ଧା ଏହା କହୁଥିବାର ଦେଖିବାକୁ ମିଳିଛି ଯେ କିଭଳି ଘର ଲୋକ ନିଜ ମତାମତକୁ ଝିଅ ଉପରେ ଲଦି ଦେଇଥାଆନ୍ତି ଏବଂ ଯାହାର ଭାର ଝିଅ ସମ୍ଭାଳି ନ ପାରି କିଛି ନି କିଛି ଭୂଲ ପଦକ୍ଷେପ ନେଇଥାଏ । ତେବେ ଏହି ମେଗା ଧାରାବାହିକ ବିଷୟରେ ଅଧିକ କିଛି ସୂଚନା ମିଳିନାହିଁ । କିନ୍ତୁ  ଭିଡିଓ ଦେଖି ଯାହା ଅନୁମାନ ହେଉଛି ଏହି ଧାରାବାହିକ ଲୋକଙ୍କୁ ପସନ୍ଦ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More