Only for Entertainment

ବୈଜ୍ଞାନିକଙ୍କ ନୂତନ ଉଦ୍ଭାବନ । ଛୁଂଚି ନୁହେଁ ଲୁହ ଦ୍ୱାରା ଯାଂଚ ହେବ ମଧୁମେହ ।

cashbacksdeals.com
0 50

ଚଳିତ ଦିନ ଗୁଡ଼ିକରେ ଅଧିକାଂଶ ବ୍ୟକ୍ତି ମଧୁମେହରେ ପିଡ଼ିତ । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ବରଂ ନବଜାତ ଶିଶୁ ମଧ୍ୟ ମଧୁମେହରେ ପିଡ଼ିତ ହେଉଛି । ଯାହା ଏକ ଚିନ୍ତାର ବିଷୟ ସାଜିଛି । କାରଣ ଏହା ଏଭଳି ଏକ ରୋଗ ଯେଉଁଥିରେ ମଣିଷର ପ୍ରତ୍ୟେକ ହସ ଖୁସି ଦୂର ହୋଇଯାଏ । ବଂଚିବା ପାଇ ଅତ୍ୟନ୍ତ ଆବଶ୍ୟକ ବିଭିନ୍ନ ଖାଦ୍ୟ ଠାରୁ ମଧ୍ୟ ଦୂରେଇ ରହିବାକୁ ପଡ଼ିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାକୁ ଯାଂଚ କରିବା ପାଇଁ ଛୁଂଚିର ବ୍ୟବହାର କରିବାକୁ ପଡ଼ିଥାଏ ।

ଉପରୋକ୍ତ ପରିସ୍ଥିତିରୁ ମୁକ୍ତି ପାଇବା ପାଇଁ ଗବେଷକ ମାନେ ଏକ ନୂତନ ଜିନିଷର ଉଦ୍ଭବାନ କରିଛନ୍ତି । ବାସ୍ତବରେ ଛୁଂଚି ନୁହେଁ ବରଂ ଲୁହରୁ ଯାଂଚ ହେବ ମଧୁମେହ ବା ବ୍ଲଡ ସୁଗାରର ପରିମାଣ ।

ନୂଆ ସ୍ମାର୍ଟ ଲେନ୍ସରେ ଇଲେକ୍ଟ୍ରୋଡର ବ୍ୟବହାର କରାଯାଇଛି । ଏଥବରେ ଗ୍ଲୁକୋଜ ସେନ୍ସର ସହିତ ଏଲଇଡି ପିକ୍ସେଲ ଏବଂ ୱାୟାରଲେସ ଆଂଟିନା ବ୍ୟବହାର କରାଯାଇଛି । ସେନ୍ସର ସାହାର୍ଯ୍ୟର ରୋଗୀର ବ୍ଲଡ ସୁଗାରର ସ୍ତର ସହିତ ଜଡ଼ିତ ସୂଚନା ଆଂଟିନା ପର୍ଯ୍ୟନ୍ତ ପହଂଚିଥାଏ ଏବଂ ପରୀକ୍ଷଣ ପୂରା ହୋଇଥାଏ ।

ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଟେଷ୍ଟ ଏବେ ଠେକୁଆକୁ ନେଇ କରାଯାଇଛି । ମନୁଷ୍ୟ ଉପରେ ଏକ ପରୀକ୍ଷଣ କରାଯିବା ବାକି ରହିଛି । ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତିଯେ ମଣିଷ ଉପରେ ଏହାର ପରୀକ୍ଷଣ ସରିବା ପରେ ମଣିଷର ଆଖି ଏବଂ ଅନ୍ୟ ଅଙ୍ଗର ସମସ୍ୟା ବିଷୟରେ ମଧ୍ୟ ଜାଣି ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More