Only for Entertainment

ଚଳିତ ମାସରେ ରିଲିଜ ହେବ ନୂଆ ଓଡିଆ ସିନେମା ‘ବାପା ତୁମେ ଭାରି ଦୃଷ୍ଟ’

YouTube
48

ଚଳିତ ମାସରେ ପରଦାକୁ ଆସୁଛି ଏକ ଓଡ଼ିଆ ସିନେମା ‘ବାପା ତୁମେ ଭାରି ଦୃଷ୍ଟ’ । ‘ବାପା ତମେ ଭାରି ଦୃଷ୍ଟ’ ହେଉଛି ସିଦ୍ଧାର୍ଥ ମ୍ୟୁଜିକର ୨୫ ତମ ଚଳଚ୍ଚିତ୍ର । ଏହାରର ପ୍ରଯୋଜନା କରିଛନ୍ତି ସୀତାରାମ ଅଗ୍ରୱାଲ । ଏହାର ସଂଳାପ ଲେଖିଛନ୍ତି ଡ. ନିର୍ମଳ ନାୟକ । ରମେଶ ରାଉତ ଏହାର ନିର୍ଦ୍ଦେଶନା ଦେଇଥିଲା ବେଳେ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ, ଅସଦ ନିଜାମ ଓ ଅନୁପମ ମହାନ୍ତି । ଏଥିରେ ଟେଲି ଦୁନିଆର ଦୁଇ ଜଣ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କୁ ବଡ଼ ପରଦାରେ ନାୟକ-ନାୟିକା ଭୂମିକାରେ ଦେଖିବାକୁ ମିଳିବ ।

ଏମାନଙ୍କୁ ଭିତରୁ ନାୟକ ହେଲେ ଜି ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ‘ମାନିନୀ’ ରେ ନାୟକ ଭୂମିକା ନିଭାଇଥିବା ଜୟଜିତ । ଅପରପକ୍ଷରେ ‘ଜେଜେମା’ ସିରିଏଲରେ ଅଭିନୟ କରି ଲୋକ ଲୋଚନକୁ ଆସିଥିବା ସମିତାଙ୍କୁ ଏହି ସିନେମାରେ ଜୟଜିତଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ମିଳିବ ଦର୍ଶକ ଜୟଜିତ-ସମିତାଙ୍କ ନୂଆ ଯୋଡ଼ି ସାଙ୍ଗକୁ ପ୍ରଦ୍ୟୁମ୍ନ ଲେଙ୍କା, ରବି ମିଶ୍ର ପ୍ରମୁଖଙ୍କର କମେଡି ଅଭିନୟରେ ଦର୍ଶକ କେତେ ଆମୋଦିତ ହେବେ ତାହା ସିନେମା ରିଲିଜ ହେବା ପରେ ଜଣାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More