Only for Entertainment

ଓଲିଉଡ୍ ପରଦାରେ ମୁକ୍ତିଲାଭ କଲା ଆକ୍ସନ୍ – ଡ୍ରାମା ଚଳଚ୍ଚିତ୍ର ‘ବିଶ୍ୱରୂପ- ବର୍ଣ୍ଣ ଟୁ ଫାଇଟ୍’

28

ଓଲିଉଡ୍ ପରଦାରେ ମୁକ୍ତିଲାଭ କରିଛି ଆକ୍ସନ୍ – ଡ୍ରାମା ଚଳଚ୍ଚିତ୍ର ‘ବିଶ୍ୱରୂପ- ବର୍ଣ୍ଣ ଟୁ ଫାଇଟ୍’ । ନବାଗତ ନାୟକ ବିଶ୍ୱରୂପଙ୍କ ସହ ଦୁଇ ଦୁଇ ଜଣ ନାୟିକା ଅମ୍ରିତା ଓ ତନିଷ୍କାଙ୍କୁ ଦେଖିବାକୁ ମିଳିଛି ଏହି ସିନେମାରେ । ଭୁବନେଶ୍ୱରରେ ଫିଲ୍ମର ପ୍ରିମିୟର ଶୋ କରାଯାଇଛି । ଯେଉଁଠି ଫିଲ୍ମର ସମସ୍ତ ସଦସ୍ୟଙ୍କୁ ଏକାଠି ଦେଖିବାକୁ ମିଳିଛି ।

ଏବି କ୍ରିଏସନ୍ ବ୍ୟାନର ରେ ପ୍ରସ୍ତୁତ ହୋଇଥିବା ଓଲିଉଡ୍ ଚଳଚ୍ଚିତ୍ର ‘ବିଶ୍ୱରୂପ- ବର୍ଣ୍ଣ ଟୁ ଫାଇଟ୍’ରେ ନାୟକ ଭାବେ ନଜର ଆସିଛନ୍ତି ନବାଗତ ବିଶ୍ୱରୂପ । ସିନେମାରେ ତାଙ୍କ ବିପକ୍ଷରେ ନାୟିକା ଭାବେ ଦୁଇ ଦୁଇ ଜଣ ସୁନ୍ଦରୀଙ୍କୁ ଦେଖିବାକୁ ମିଳିଛି । ଅମ୍ରିତା ଏବଂ ତନୁସ୍କା ଫିମେଲ ଲିଡରେ ଅଭିନୟ କରୁଛନ୍ତି । ଏଥିସହ ଅନ୍ୟାନ୍ୟ ପ୍ରମୁଖ ଭୁମିକାରେ ମନୋଜ ମିଶ୍ର,ସଦାଶିବ, ଭବାନୀ, ଜୟା, ରାନୁ ପାଢୀଙ୍କ ଅଭିନୟ ରହିଛି ।ସିନେମାରେ ସଙ୍ଗୀତର ଭାରତ ତୁଲାଇଛନ୍ତି ବିଭୂତି ଭୂଷଣ ଗଡନାୟକ ।

ସିନେମାରେ ଆକର୍ଷଣୀୟ ଗୀତ ଗୁଡିକୁ ସ୍ଥାନ ଦେଇଛନ୍ତି ବିଭୁତି ଭୂଷଣ । ଆଉ ଏହି ଗୀତରେ କଣ୍ଠଦାନ କରିଛନ୍ତି ସତ୍ୟଜୀତ ପ୍ରଧାନ, ଅର୍ପିତା ପ୍ରଧାନ । ବିଶ୍ୱରୂପ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସରୋଜକାନ୍ତ । ଫିଲ୍ମରେ ଅଭିନେତା କାଳିଚରଣଙ୍କୁ ଅନ୍ୟ ଏକ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ । ଆକ୍ସନ୍, ଡ୍ରାମା ସହ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି ସିନେମାରେ । ଆଗକୁ ବଡଦିନ ଓ ନୂଆବର୍ଷ ସମୟରେ ଫିଲ୍ମର ବକ୍ସ ଅଫିସ ବ୍ୟବସାୟ ଭଲ ରହିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More