Only for Entertainment

ରିଲିଜ ହୋଇଛି ପ୍ରେମ କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ଲଭ୍ ୟୁ ପ୍ରିୟା’ ।

39

ଏକ ନୂଆ ପ୍ରେମ କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘ଲଭ୍ ୟୁ ପ୍ରିୟା’ । ଫିଲ୍ମରେ ନାୟକ ଭାବେ ନଜର ଆସିବେ ଅଭିନେତା ସୋହମ୍ ଏବଂ ନାୟିକା ଭାବେ ଅଭିନେତ୍ରୀ ମହିମାଙ୍କୁ ଦେଖିବାକୁ ମିଳିବ । ସିନେମାର ପ୍ରଥମ ଟ୍ରେଲର ଏବେ ରିଲିଜ ହୋଇଛି ।

ଆଗାମୀ ଆକ୍ସନ୍ – ରୋମାଂଟିକ୍ ଫିଲ୍ମ ‘ଲଭ୍ ୟୁ ପ୍ରିୟା’ର ପ୍ରଥମ ଟ୍ରେଲର ମୁକ୍ତିଲାଭ କରିଛି । ଫିଲ୍ମରେ ନାୟକ ଭୂମିକାରେ ଅଭିନେତା ସୋହମ୍ ସିଂଙ୍କୁ ଦେଖିବାକୁ ମିଳିବ । ଏବଂ ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଅଭିନେତ୍ରୀ ମହିମା । ଫ୍ୟାମିଲି ଡ୍ରାମା, ଆକ୍ସନ, ରୋମାନ୍ସ ସବୁ କିଛିର ଝଲକ ଦେଖିବାକୁ ମିଳିଥି ଏହି ଟ୍ରେଲରରେ । ପ୍ରସ୍ତୁତ ହେବାକୁ ଥିବା ଏହି ରୋମାଂଟିକ୍ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଜୟ ସେନ୍ । ସିନେମାର ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦେଇଛନ୍ତି ବିବେକ୍ କୁମାର୍ । ଚଳଚ୍ଚିତ୍ର ‘ଲଭ୍ ୟୁ ପ୍ରିୟା’ର ସୁଟିଂ ଏଡିଂ ଶେଷ ହୋଇଥିବାବେଳ, ଖୁବଶୀଘ୍ର ଏହା ପରଦାକୁ ଆସିବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More