Only for Entertainment

ନୂଆ ସ୍ୱାଦର କାହାଣୀ ନେଇ ପ୍ରସ୍ତୁତ ହେଉଛି ଅପକମିଂ ଫିଲ୍ମ ‘ମତେ ଇସ୍କ ହେଲା’ରେ,ତ୍ରିକୋଣୀୟ ପ୍ରେମକୁ ନେଇପରଦାରେ ନଜର ଆସିବେ ଏହି କଳାକାର !

29

ପରଦାରେ ପୁଣିଥରେ ଲଭ୍, ରୋମାନ୍ସର ବର୍ଷା କରିବେ ଓଲିଉଡର ପ୍ରେମୀ ଦିୱାନା ଯୋଡି । ଚଳଚ୍ଚିତ୍ର ପ୍ରେମୀ ଦିୱାନା ରେ ଏକାଠି ନଜର ଆସିଥିବା ଅଭିନେତା ରୁଦ୍ର ଓ ସୋନାକ୍ଷୀଙ୍କୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଚଳଚ୍ଚିତ୍ର ‘ମତେ ଇସ୍କ ହେଲାରେ’ । ସ୍ନେହା ଫିଲ୍ମସ୍ ପ୍ରଡକ୍ସନ୍ ବ୍ୟାନର୍ରେ ମେକିଂ ହେବାକୁ ଥିବା ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ବିକାଶ କୁମାର୍ । ଚାଲିଛି ଫିଲ୍ମର ସୁଟିଂ ।

ଓଡିଆ ସିନେ ଇଣ୍ଡଷ୍ଟ୍ରୀରେ ପ୍ରସ୍ତୁତ ହେଉଛି ରୋମାଂଟିକ୍ ଫିଲ୍ମ ‘ମତେ ଇସ୍କ ହେଲାରେ’ । ଏହି ସିନେମା ଜରିଆରେ ଅନେକ ଦିନ ପରେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି ଅଭିନେତା ରୁଦ୍ର । ସ୍ନେହା ଫିଲ୍ମସ୍ ପ୍ରଡକ୍ସନ୍ ବ୍ୟାନର୍ରେ ମେକିଂ ହେବାକୁ ଥିବା ଏହି ସିନେମାର ସୁଟିଂ ଏବେ ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳରେ ଚାଲିଛି । ନିକଟରେ ହସପିଟାଲ ସିିକ୍ୱେନ୍ସର ସୁଟିଂ ଚାଲିଥିବାବେଳେ ସେଠରେ ପହଁଚିଥିଲା କନକ ନ୍ୟୁଜ ଟିମ । କଳାକାରଙ୍କ ପାଖରେ ପହଁଚି ସୁଟିଂସେଟ ହାଲଚାଲ ପଚାରିବୁଝିଥିଲା ଟିମ୍ ।

ସିନେମାରେ ରୁଦ୍ରଙ୍କ ବିପକ୍ଷରେ ନାୟିକା ଭାବେ ଅଭିନେତ୍ରୀ ସୋନାକ୍ଷୀ ଭୌମିକ୍ଙ୍କୁ ଦେଖିବାକୁ ମିଳିବ । ତେବେ ଏହି ଯୋଡିଙ୍କୁ ପୂର୍ବରୁ ବି ପରଦାରେ ଏକାଠି ଦେଖିବାକୁ ମିଳିଛି । ଚଳଚ୍ଚିତ୍ର ପ୍ରେମୀ ଦିୱାନାରେ ଏହି ରୁଦ୍ର ଓ ସୋନାକ୍ଷୀଙ୍କ ଯୋଡିକୁ ଦର୍ଶକ କରିଥିଲେ ଭରପୁର ପସନ୍ଦ । ଆଉ ଏବେ ପୁଣିଥରେ ଏମାନଙ୍କ ଲଭ୍ ରୋମାନ୍ସର କମାଲ୍ ଦେଖିବାକୁ ମିଳିବ ପରଦାରେ । ସୋନାକ୍ଷୀଙ୍କ ସହ ବଙ୍ଗୀୟ ଅଭିନେତ୍ରି ସୋଲାଙ୍କ ସେକେଣ୍ଡ ଲିଡରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More