Only for Entertainment

ରିଲିଜ ହେଲା ଇମରାନ ହାସମୀ ଷ୍ଟାରର ଫିଲ୍ମ ‘ଚିଟ ଇଣ୍ଡିଆ’ର ନୂଆ ପୋଷ୍ଟର !

Hindustan Times
22

ଇମରାନ ହାସମୀଙ୍କ ଆଗାମୀ ଫିଲ୍ମ ‘ଚିଟ ଇଣ୍ଡିଆ’କୁ ଫ୍ୟାନ୍ସ ଖୁବ ଉତ୍ସାହର ସହ ଚାହିଁ ରହିଛନ୍ତି । ଶିକ୍ଷା ବ୍ୟବସ୍ଥାରେ ପ୍ରଚାରିତ ହୋଇଥିବା ଦୁର୍ନୀତି ଉପରେ ଆଧାରିତ ଏହି ଫିଲ୍ମ ୨୫ଜାନୁୟାରୀରେ ରିଲିଜ ହେବାକୁ ଯାଉଛି । ଲମ୍ବା ସମୟ ପରେ ବଡ ପରଦାରେ ଇମରାନଙ୍କୁ ଦେଖିବା ଲାଗି ଫ୍ୟାନ୍ସ ଚାହିଁ ବସିଛନ୍ତି । ପୋଷ୍ଟର ଦେଖି ଫ୍ୟାନ୍ସଙ୍କ ଉତ୍ସାହ ବଢିବାରେ ଲାଗିଛି ।

ମେକର୍ସ ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଏହି ପୋଷ୍ଟରରେ ଇମରାନ ହାସମୀ ସିରିୟସ ଲୁକରେ ନଜର ଆସିଛନ୍ତି । ଏହି ପୋଷ୍ଟରରେ ଇମରାନଙ୍କ ହାତରେ ନଜର ଆସିଛି ଟଙ୍କା ବିଡା ଏବଂ ଏକ ବିଶାଳ ବିଲ୍ଡିଂ । ଏହି ପୋଷ୍ଟରକୁ ଇମରାନ ନିଜ ଟ୍ୱିଟର ଅକାଉଂଟରେ ମଧ୍ୟ ଶେୟାର କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଚିଟ ଇଣ୍ଡିଆ କିଛି ଦିନ ହେବ ବିବାଦରେ ଫସି ରହିଥିଲା । ନିର୍ଦ୍ଦେଶକ ସୋମିକ ସେନଙ୍କ ଉପରେ ମିଟୁ ଅଭିଯାନରେ ଯୌନ ଶୋଷଣର ଆରୋପ ଲାଗିଥିଲା ଏବଂ ଏହି ଆରୋପକୁ ନେଇ ଇମରାନ ଚୁପ ଥିବା କାରଣରୁ ମଧ୍ୟ ଅନେକ ପ୍ରଶ୍ନ ଉଠିଥିଲା । ଏବେ ଫିଲ୍ମ ପୁଣି ଥରେ ଟ୍ରାକ୍ କୁ ଆସିଯାଇଛି । କିଛି ଦିନ ପୂର୍ବେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More