Only for Entertainment

ସାମ୍ନାକୁ ଆସିଲା ‘ରେସ-୩’ର ନୂଆ ପୋଷ୍ଟର, ସଲମାନଙ୍କ ବାହୁରେ ନଜର ଆସିଲେ ଜ୍ୟାକଲିନ୍

zee news
0 46

ବଲିଉଡର ‘ଦବଙ୍ଗ’ ସଲମାନ ଖାନ ଏବେ ନିଜର ଆଗାମୀ ଫିଲ୍ମ ‘ରେସ-୩’ ସୁଟିଂରେ ବ୍ୟସ୍ତ ଅଛନ୍ତି । ଶୁକ୍ରବାର ଦିନ ଏହି ଫିଲ୍ମର ନୂଆ ପୋଷ୍ଟର ସାମ୍ନାକୁ ଆସିଛି । ଏହି ପୋଷ୍ଟରରେ ସଲମାନ ଏବଂ ଜ୍ୟାକଲିନ ନଜର ଆସିଛନ୍ତି । ସଲମାନ ଟୁଇଟ କରି ଫିଲ୍ମର ନୂଆ ପୋଷ୍ଟରକୁ ରିଲିଜ କରିଛନ୍ତି ।


‘ରେସ-୩’ର ସୁଟିଂ ପାଇଁ ସଲମାନ ଏବେ ପୁରା ଟିମ ସହିତ କାଶ୍ମୀରରେ ଅଛନ୍ତି । ନିକଟରେ ଜ୍ୟାକଲିନ ସୁଟିଂ ସମୟର କିଛି ଫଟୋ ନିଜ ସୋସିଆଲ ଆକାଉଣ୍ଟରେ ସେୟାର କରିଥିଲେ । କାଶ୍ମୀରରେ ଏହି ଫିଲ୍ମର ଆକ୍ସନ ସିନର ଦୃଶ୍ୟର ସୁଟିଂ ଚାଲୁଛି ।

ଫିଲ୍ମରେ ସଲମାନ ଏବଂ ଜ୍ୟାକଲିନଙ୍କ ବ୍ୟତିତ ଅନିଲ କପୁର, ଡେଜୀ ଶାହା, ବବି ଦେୱଲ ଏବଂ ସକିକ ସଲିମ ପରି କଳାକାର ନିଜର ଆସିବେ । ଫିଲ୍ମକୁ ରେମୋ ଡିସୁଜା ନିର୍ଦ୍ଦେଶନା ଦେଉଛନ୍ତି । ଏହି ଫିଲ୍ମ ୧୫ ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More