Only for Entertainment

‘ସୁରମା’ର ନୂଆ ପୋଷ୍ଟର ରିଲିଜ, ଏହି ଅନ୍ଦାଜରେ ନଜର ଆସିଲେ ଦିଲଜୀତ

Mid-Day
0 44

ହକି ଖେଳାଳୀ ସନ୍ଦୀପ ସିଂଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ସୁରମା’ରେ ପଂଜାବୀ ସିଙ୍ଗର ଏବଂ ଅଭିନେତା ଦିଲଜୀତ ଦୋସାଂଝା ମ୍ରୁଖ୍ୟ ଭୂମିକାରେ ନଜର ଆସିବେ । ଦିଲଜୀତ ନିଜର ୟୁକେ କନସର୍ଟ ସମୟରେ ଫିଲ୍ମର ନୂଆ ପୋଷ୍ଟରକୁ ରିଲିଜ କରିଛନ୍ତି । ଫିଲ୍ମର ଏହି ନୂଆ ପୋଷ୍ଟରରେ ସନ୍ଦୀପ ସିଂଙ୍କ ଜୀବନ ସହିତ ଜଡିତ ବିଭିନ୍ନ ପକ୍ଷକୁ ଦର୍ଶାଯାଇଛି । ଗୋଟିଏ ସମୟରେ ସେ ହ୍ୱିଲଚେୟାରରେ ଥିବା ବେଳେ ଅନ୍ୟପକ୍ଷରେ ସେ ହକି ଗ୍ରାଉଣ୍ଡରେ ।

ସନ୍ଦୀପ ସିଂ ଏକ ଲିଜେଣ୍ଡ ହକି ପ୍ଲେୟାର ସହିତ ଭାରତୀୟ ଟିମର ପୂର୍ବ କ୍ୟାପଟେନ ମଧ୍ୟ ରହିଥିଲେ । ଶାଦ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦିଲଜୀତଙ୍କ ସହିତ ତାପସୀ ପନ୍ନୁ ମଧ୍ୟ ନଜର ଆସିବେ ।

ଏହା ପୂର୍ବରୁ ଫିଲ୍ମର ଏକ ମୋସନ ପୋଷ୍ଟର ରିଲିଜ କରାଯାଇଥିଲା । ଏହି ପୋଷ୍ଟରେ ତାପସୀ ପନ୍ନୁ ନଜର ଆସିଥିଲେ । ଫିଲ୍ମ ୧୩ ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More