Only for Entertainment

କପିଲଙ୍କ ନୂଆ ଶୋ ଦର୍ଶକଙ୍କୁ କଲା ବୋରିଙ୍ଗ,ଜାଣନ୍ତୁ କାହିଁକି?

youtube
0 57

ଏକ ଲମ୍ବା ସମୟ ବ୍ୟବଧାନ ଏବଂ ଅପେକ୍ଷା ପରେ ଜନପ୍ରିୟ କମେଡିଆନ କପିଲ ଶର୍ମା ଏକ ଭିନ୍ନ ଅନ୍ଦାଜରେ‘ଫ୍ୟାମିଲ ଟାଇମ ୱିଥ କପିଲ ଶର୍ମା ଶୋ’ ମାଧ୍ୟମରେ ଟିଭି ପରଦାକୁ ଫେରିଛନ୍ତି । ଦର୍ଶକ ମଧ୍ୟ ଶୋ’କୁ ଦେଖିବାକୁ ଖୁବ ମନ ବଳାଇଛନ୍ତି । କିନ୍ତୁ ହଠାତ ଦର୍ଶକଙ୍କ ପ୍ରତିକ୍ରିୟାରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଯାଇଛି । କାରଣ ଶୋ’ର ପ୍ରଥମ ଏପିସୋଡ ଟେଲିକାଷ୍ଟ ହୋଇଯାଇଛି ।

ବାସ୍ତବରେ ଶରୀର ଅସୁସ୍ଥ ହେତୁ କପିଲ ଶର୍ମା ଏକ ଲମ୍ବା ସମୟର ବ୍ରେକ ନେଇଥିଲେ ଏବଂ ଏବେ ଦର୍ଶକଙ୍କୁ ନୂଆ ଭେଟି ଦେଇଛନ୍ତି । ତେବେ ପୂର୍ବ ଅପେକ୍ଷା କପିଲ ଶୋ’ରେ କିଛି ନୂଆ କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଶୋ’କୁ ଦର୍ଶକଙ୍କ ତରଫରୁ କିଛି ଖାସ ଭଲପାଇବା ମିଳିପାରି ନାହିଁ । କିଛି ପ୍ରଶଂକଙ୍କ କହିବା ଅନୁସାରେ କପିଲ କିଛି ନୂଆ କରିବାରେ ଅସଫଳ ହୋଇଛନ୍ତି । କେହି କେହି କହିଛନ୍ତି ଶୋ’ ପୂର୍ବାପେକ୍ଷା ଖୁବ ବୋରିଙ୍ଗ ଲାଗୁଛି ।

ପୂର୍ବ ଶୋ’ରେ ସେଲିବ୍ରେଟୀଙ୍କ ସହିତ ଦର୍ଶକ କଥା ହୋଇ ପାରୁଥିଲେ । କିନ୍ତୁ ଏହି ଶୋ’ରେ ଏକ ଗେମ ରଖାଯାଇଛି ଏବଂ ଗିଫ୍ଟ ମଧ୍ୟ ଦିଆଯାଉଛି । କେହି କେହି ଏହାକୁ ‘ଖୁଲଜା ସିମ ସିମ’ ସହିତ ମଧ୍ୟ ତୁଳନା କରିଛନ୍ତି । ତେବେ ଶୋ’ ସମୟ ୮ଟା ରଖାଯାଇଛି ଏବଂ ପ୍ରଥମ ଶୋ’ରେ ଅଜୟ ଦେବଗନ ନଜର ଆସିଥିଲେ,ଯେଉଁଥିରେ ସେ ତାଙ୍କ ଫିଲ୍ମ ‘ରେଡ’ର ପ୍ରମୋଶନ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More