Only for Entertainment

ରିଲିଜ ହେଲା ଫିଲ୍ମ ‘ବଦଲା’ର ନୂଆ ଗୀତ ‘ଔକାତ୍’ , ଦେଖନ୍ତୁ ଭିଡିଓ

Zee News
30

ଆସିଲା ଆଗାମୀ ବଲିଉଡ୍ ସସ୍ପେନ୍ସ – ଥ୍ରୀଲର୍ ଫିଲ୍ମ ବଦଲାର ନୂଆ ଗୀତ ‘ଔକାତ୍’ ମୁକ୍ତିଲାଭ କରିଛି । ଗୀତରେ ଶୁଣିବାକୁ ମିଳିଛି ବିଗ୍ ବି ଅମିତାଭ୍ ବଚ୍ଚନଙ୍କ ଜବରଦସ୍ତ ଗାୟିକି । କ୍ଲିଂଟନ୍ ସେରେଓଙ୍କ ସଙ୍ଗୀତରେ ଏହି ଗୀତରେ ଅମିତାଭଙ୍କ ସହ କ୍ଲିଂଟନ୍ ଓ ଅମିତ୍ ମିଶ୍ରାଙ୍କ ଗାୟିକି ମଧ୍ୟ ଶୁଣିବାକୁ ମିଳିଛି । ଏହାର ଲିରିକ୍ସ ଦେଇଛନ୍ତି ସିଦ୍ଧାନ୍ତ କୌଶଲ୍ । ତେବେ ଏହି ଗୀତରେ କଣ୍ଠଦାନ କରିବା ସହ ର‌୍ୟାପ୍ ମଧ୍ୟ କରିଛନ୍ତି ବିଗ୍ ବି । ଚଳଚ୍ଚିତ୍ର ବଦଲା ଏକ ସସ୍ପେନ୍ସ – ଥ୍ରୀଲର୍ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଯେଉଁଥିରେ ଅମିତାଭ୍ ବଚ୍ଚନଙ୍କୁ ଜଣେ ଓକିଲ ଚରିତ୍ରରେ ଦେଖିବାକୁ ମିଳିବ । ସିନେମାରେ ଅମିତାଭଙ୍କ ବ୍ୟତୀତ ଅଭିନେତ୍ରୀ ତାପସି ପନ୍ନୁଙ୍କୁ ମଧ୍ୟ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସୁଜୋୟ ଘୋଷ । ଆଉ ପ୍ରଯୋଜନା କରିଛନ୍ତି ଶାହରୁଖ୍ ଖାନ୍ । ଫିଲ୍ମ ୮ ମାର୍ଚ୍ଚ ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More