Only for Entertainment

ରେଡ଼ିଓ ଚକଲେଟର ନୂଆ ଭେଟି’ ନିହାତି ଜରୁରୀ’ ।

youtube
50

ଯୁବ ପିଢିର ସ୍ରୋତାଙ୍କୁ ଏଂଟର୍ଟେନ୍ କରିବା ପାଇଁ ରେଡିଓ ଚକଲେଟ୍ ୧୦୪ ଏଫ୍ଏମ୍ ଭେଟି ଦେଇଛି ଏକ ମନଛୁଆଁ ରୋମାଂଟିକ୍ ଗୀତ ‘ନିହାତି ଜରୁରି’ ।  ସବୁବେଳେ ଭିନ୍ନ ସ୍ୱାଦର ଗୀତ ଭେଟି ଦେଇ ଓଡିଆ ସ୍ରୋତାଙ୍କୁ ଏଂଟର୍ଟେନ୍ କରୁଥିବା ରେଡିଓ ଚକଲେଟ୍ ଭେଟି ଦେଇଛି ଏହି ମନଛୁଆଁ ଗୀତ । ଗୀତରେ ଶୁଣିବାକୁ ମିଳିଛି ସ୍ୱୟମ୍ ପାଢିଙ୍କ ଆକର୍ଷଣୀୟ ଗାୟିକି । ରେଡିଓ ଚକଲେଟ୍ର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲ୍ରେ ଗୀତଟିକୁ ରିଲିଜ୍ କରାଯାଇଛି । ସୋସିଆଲ୍ ମିଡିଆରେ ଏହି ରୋମାଂଟିକ୍ ଗୀତର ଚାହିଦା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।

 

ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି କାର୍ତିକ କୁମାର୍ । ଆଉ ସଙ୍ଗୀତ ଆରେଜମେଂଟ କରିଛନ୍ତି ପ୍ରଫୁଲ୍ଲ ବେହେରା । କାର୍ତିକ୍ କୁମାରଙ୍କ ସଙ୍ଗୀତ ସାଙ୍ଗକୁ ଗୁରୁ ଶତପଥିଙ୍କ ଲିରିକ୍ସ ଏହି ଗୀତକୁ କରିଛି ନିଆରା । ଏହାଛଡା ସ୍ୱୟଂ ପାଢୀଙ୍କ ଗାୟିକି ଏହି ଗୀତକୁ କରି ପାରିଛି ଆହୁରି ମନଲୋଭା । ଗୀତଟି ରେଡିଓ ଚକଲେଟ୍ ୧୦୪ ଏଫଏମରେ ଶୁଣିବାକୁ ପାଇବେ ଶ୍ରୋତା । ଏହାଛଡା ରେଡିଓ ଚକଲେଟର ଆପରେ ବି ଏହି ଗୀତକୁ ଶୁଣି ପାରିବେ ଶ୍ରୋତା । ୟୁଟ୍ୟୁବରେ ରିଲିଜ୍ ହୋଇଥିବା ଏହି ଗୀତକୁ ଶ୍ରୋତା ପସନ୍ଦ କରୁଥିବାବେଳେ, ଆଗାମୀ ଦିନରେ ଏହାକୁ ଆହୁରି ଲାଇକ୍ କରିବେ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More