Only for Entertainment

ରଲିଜର ହେବାର ଦୁଇ ଦିନ ପୂର୍ବରୁ ସାମ୍ନାକୁ ଆସିଲା ଫିଲ୍ମ ‘ସିମ୍ବା’ର ଡ୍ୟାନ୍ସ ନମ୍ବର ‘ମେରା ୱାଲା ଡ୍ୟାନ୍ସ’, ଦେଖିବାକୁ ମିଳିଲା ରଣବୀର-ସାରାଙ୍କ ଜବରଦସ୍ତ ଡ୍ୟାନ୍ସ ।

NDTV
33

ବଲିଉଡ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଷ୍ଟାରର ଫିଲ୍ମ ‘ସିମ୍ବା’ ରିଲିଜ ହେବାକୁ ମାତ୍ର ଦୁଇ ଦିନ ବାକି ଥିବା ବେଳେ ଫିଲ୍ମର ନୂଆ ଭିଡିଓ ସଙ୍ଗକୁ ରିଲିଜ କରିଛନ୍ତି ମେକର୍ସ । ଗୀତର ନାମ ରହିଛି ମେରା ୱାଲା ଡ୍ୟାନ୍ସ । ଏହା ଫିଲ୍ମର ଏକ ଡ୍ୟାନ୍ସ ନମ୍ବର । ଗୀତର ଆରମ୍ଭରେ ଅଡୟ ଦେବଗନଙ୍କ ଏଣ୍ଟ୍ରୀ ଦେଖିବାକୁ ମିଳିଛି । ଏହା ସହିତ ଗୀତରେ ସାରା ଏବଂ ରଣବୀର ଜବରଦସ୍ତ ଡ୍ୟାନ୍ସ ପୁଣିଥରେ ଦେଖିବାକୁ ମିଳିଛି ।

ଗୀତରେ ସିଙ୍ଗର ନେହା କକ୍କର ଏବଂ ନକାଶ ଅଜିଜ ନିଜର ଆକର୍ଷଣୀୟ ଭଏସ ଦେଇଥିବା ବେଳେ ଏହାର ମ୍ୟୁଜିକ ଦେଇଛନ୍ତି ଲିଜୋ ଜିଓର୍ଜେ ଏବଂ ଡିଜେ ଚେତାସ । ଏହାର ଲିରିକ୍ସ ଲେଖିଛନ୍ତି କୁମାର । ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଗୀତକୁ ୪୩୭,୯୬୮ ଭ୍ୟୁଜ ମିଳିସାରିଛି ।

ଏହା ପୂର୍ବରୁ ଫିଲ୍ମର ଟ୍ରେଲର ଏବଂ ଦୁଇଟି ଗୀତ ରିଲିଜ କରାଯାଇଥିଲା ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨୮ ଡିସେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More