Only for Entertainment

ରିଲିଜ ହେଲା ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ପାର୍ଟି ସଙ୍ଗ – ପେପ୍ସି କି କସମ୍, ଦେଖନ୍ତୁ ଭିଡିଓ

Koimoi
31

ଆଗାମୀ ବଲିଉଡ୍ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ପାର୍ଟି ସଙ୍ଗ – ପେପ୍ସି କି କସମ୍ ମୁକ୍ତିଲାଭ କରିଛି । ଫିଲ୍ମର ଲିଡ୍ ଷ୍ଟାର୍ ସୋନମ୍ କପୁର୍ ଓ ସାଉଥଷ୍ଟାର ଦଲକର୍ ସଲମାନ୍ ଏହି ଗୀତରେ ନଜର ଆସିଛନ୍ତି । କିଛି ଦିନ ପୂର୍ବରୁ ଫିଲ୍ମର ପ୍ରଥମ ଟ୍ରେଲର ଓ କିଛି ଗୀତ ରିଲିଜ ହୋଇଥିଲା । ଯାହାକୁ ଦର୍ଶକମାନେ କରିଛନ୍ତି ଢେର୍ ପସନ୍ଦ । ଏବେ ରିଲିଜ୍ ହୋଇଥିବା ଏହି ପାର୍ଟି ଗୀତକୁ ବି ପସନ୍ଦ କରାଯାଉଛି ।

ଅମିତାଭ ଭଟ୍ଟାଚାର୍ଯ୍ୟାଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ଶଙ୍କର ଏହେସାନ ଲୟ । ଗୀତରେ ସ୍ଥାନ ପାଇଛି ବେନି ଦୟାଲଙ୍କ ଜବରଦସ୍ତ ଗାୟିକୀ । ସୋନମ୍ ନିଜ ଟୁଇଟର ପେଜରେ ଏହି ଗୀତକୁ ପୋଷ୍ଟ କରିଛନ୍ତି । ଦ ଜୋୟା ଫ୍ୟାକ୍ଟରର ନିର୍ଦ୍ଦେଶନା ଅଭିଶେକ ଶର୍ମା ଦେଇଥିବାବେଳେ, ସେପ୍ଟେମ୍ବର ୨୦ରେ ଏହା ରିଲିଜ ହେବ ।

ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମରେ ଜୋୟା ନାମକ ଏକ ଲକି ଗର୍ଲ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ସୋନମ୍ କପୁର୍ । ଯିଏ କି ସମସ୍ତଙ୍କ ପାଇଁ ଲକି ଚାର୍ମ ହୁଏ । ଆଉ ତାକୁ ଭଲ ପାଇ ବସେ ଭାରତୀୟ କ୍ରିକେଟ୍ ଦଳର କ୍ୟାପ୍ଟେନ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More