‘ମେରେ ରସ୍କେ କମର’ ଗୀତରେ ଇଂଟରନେଟରେ ଧୁମ ମଚାଇଲା ୪ ବର୍ଷର ଝିଅ । ଭିଡିଓ ଭାଇରାଲ ।
ଗତବର୍ଷ ରିଲିଜ ହୋଇଥିବା ଅଜୟ ଦେବଗନଙ୍କ ଫିଲ୍ମ ବାଦଶାହୋର ଗୀତ ମେରେ ରସ୍କେ କମର ଲୋକମାନଙ୍କୁ ଖୁବ ପସନ୍ଦ ଆସିଥିଲା । ୧୯୮୮ରେ ନୁରସତ ଫତେ ଅଲ୍ଲି ଖାନ ଏହି ଗୀତକୁ ଗାଇଥିଲେ । ଏହାର କେତେକ ଭର୍ସନ ଇଂଟରନେଟରେ ଉପଲବ୍ଧ । କିନ୍ତୁ ଏବେ ଏଭଳି ଏକ ଗୀତ ଭିଡିଓ ଭାଇରାଲ ହେଉଛି ଯାହା କଳ୍ପନା ବାହାରେ । ବାସ୍ତବରେ ଏହି ଗୀତକୁ ଏକ ୪ ବର୍ଷର ଝିଅ ନିଜ ଅନ୍ଦାଜରେ ଗାଇଛି । ଏହାକୁ ଶୁଣିବା ପରେ ଲୋକ ଖୁବ ପସନ୍ଦ କରୁଛନ୍ତି ।
ଧୁନ ମ୍ୟୁଜିକ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ଦ୍ୱାରା ଏହି ଭିଡିଓକୁ ଗତ ବର୍ଷ ୨୨ ଅପ୍ରେଲରେ ଅପଲୋଡ କରାଯାଇଥିଲା । ଯାହାକୁ ଏପର୍ଯ୍ୟନ୍ତ ୨,୮୩୫,୬୩୧ ଥର ଦେଖାସରିଛି । ୧୩୦୦ରୁ ଅଧିକ ଲୋକ ଏହି ଭିଡିଓ ଉପରେ କମେଂଟ କରିଛନ୍ତି । ସମସ୍ତେ ଏହି ଛୋଟ ପିଲାଟିକୁ ଖୁବ ଶୁଭକାମନା ଜଣାଇଛନ୍ତି । ଏହାକୁ ୧୩ହଜାରରୁ ଅଧିକ ଥର ଲାଇକ ମଧ୍ୟ କରାଯାଇଛି ।