Only for Entertainment

ନୂଆ ବର୍ଷରେ ବାହୁବଳୀଙ୍କର ନିଆରା ପ୍ରସ୍ତୁତି ।

indiatimes
0 41

ଆଉ ମାତ୍ର ଗୋଟିଏ ଦିନ ପରେ ହେବ ନୂଆ ବର୍ଷ । ଖୁବ୍ ଜାକଜମକରେ ଚାଲିଛି ନୂଆ ବର୍ଷକୁ ଆହ୍ୱାନ କରିବାର ପ୍ରସ୍ତୁତି । ଚଳଚଂଚଳ ହୋଇପଡ଼ିଛି ସାରା ପୃଥିବୀ । ସାଧାରଣ ମଣିଷ ହୁଅନ୍ତୁ କିମ୍ବା ସେଲିବ୍ରେଟୀ କେହି କାହା ଠାରୁ କମ ନୁହଁନ୍ତି । ନିଜ ଅନ୍ଦାଜରେ ଭିନ୍ନ ଭିନ୍ନ ପ୍ରକାରର ପ୍ରସ୍ତୁତି କରୁଛନ୍ତି ଏହି ନୂଆ ବର୍ଷକୁ । ଆଉ ଏ ମଧ୍ୟରୁ ବାଦ ପଡ଼ି ନାହାନ୍ତି ବାହୁବଳୀ ନାୟକ ପ୍ରଭାସ । ନୂଆ ବର୍ଷ ଛୁଟି ଶେଷ ହେବାପରେ ପ୍ରଭାସ ତାଙ୍କର ଆଗାମୀ ଫିଲ୍ମ ‘ସାହୋ’ର ସୁଟିଂ ପାଇଁ ଆମେରିକା ଯିବେ । ଏହି ଫିଲ୍ମରେ ପ୍ରଭାସଙ୍କର ଏକ ମେଗା ଆକ୍ସନ ସିକ୍ୱେନ୍ସ ଆମେରିକାର ସୁଟ ହେବାର ଅଛି, ତେଣୁ ଲମ୍ବା ସମୟ ଧରି ପ୍ରଭାସ ଏହାର ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ ପ୍ରଭାସଙ୍କ ଟିମଙ୍କ କହିବା ଅନୁସାରେ, ପ୍ରଭାସ ଏହି ଫିଲ୍ମରେ ଜବରଦସ୍ତ ଆକ୍ସନରେ ନଜର ଆସିବେ ।

ଫିଲ୍ମ ବାହୁବଳୀରେ ୧୦୦ କିଲୋ ଓଜନକୁ ମେଂଟେନ କରିଥିବା ପ୍ରଭାସ ଏହି ଫିଲ୍ମ ପାଇଁ ଓଜନକୁ କମ୍ କରିଛନ୍ତି । ନୂଆ ରୋଲର ନୂଆ ଲୁକ୍ ପାଇଁ ପ୍ରଭାସ ଜଗିଙ୍ଗ,କାର୍ଡ଼ିଓ ବେସ୍କୁଲର ପ୍ରଶିକ୍ଷଣ,ପଲାୟୋମେଟିି୍ରକ ରେସ୍ ଆଦିକୁ ଜାରି ରଖିଛନ୍ତି । ସୂଚନା ଅନୁସାରେ, ଫିଲ୍ମ ‘ସାହୋ’ ଏକ କଠିନ ସିଡ୍ୟୁଲ ସହିତ ନୂଆ ବର୍ଷକୁ ସ୍ୱଗତ କରିବାକୁ ପ୍ରସ୍ତୁତ ଅଛି । ତେବେ ଲସ ଏଂଜେଲସ ସହରରେ ଥିବା ଟିମ ଜାନୁଆରୀ ୫ରୁ ସୁଟିଂରେ ବ୍ୟସ୍ତ ରହିବେ । ଏହାପରେ ଫିଲ୍ମ ଆବୁଧାବିରେ ସୁଟିଂ ହେବ ଏବଂ ଏଥିରେ ମହତ୍ୱପୂର୍ଣ୍ଣ ଦୃଶ୍ୟ ସହିତ ଜବରଦସ୍ତ ଆକ୍ସନ ମଧ୍ୟ ନଜର ଆସିବ । ଏହା ବ୍ୟତୀତ ଟିମ ଏହା ମଧ୍ୟ କହିଛିଯେ ଫିଲ୍ମରେ ପ୍ରଭାସ ଏକ ଚଳନ୍ତା ଗାଡି଼ରେ ଅଭିନୟ କରୁଥିବାର ଦୃଶ୍ୟ ରହିଛି ଯେଉଁଥିପାଇଁ ସେ ୩ ମାସ ହେବ ପ୍ରସ୍ତୁତି କରି ଆସୁଛନ୍ତି । ତେବେ ବାହୁବଳୀର ଆକନ୍ସ ଠାରୁ ଏହି ଫିଲ୍ମର ଆକ୍ସନ ସଂପୂର୍ଣ୍ଣ ଭିନ୍ନ, ତେଣୁ ଫିଲ୍ମ ପାଇଁ ପ୍ରଭାସ ଦିନକୁ ୬ରୁ ୭ ଘଂଟାର ପ୍ରଶିକ୍ଷଣ ନେଉଛନ୍ତି ।

ଶାରୀରିକ ପ୍ରଶିକ୍ଷଣ ବ୍ୟତୀତ ପ୍ରଭାସ ହିନ୍ଦୀ ଭାଷା ଉପରେ ମଧ୍ୟ କାମ କରୁଛନ୍ତି । ପ୍ରଭାସ ଏବଂ ଶ୍ରଦ୍ଧାଙ୍କର ୧୫ ଦିନର ସୁଟିଂ ଚାଲିଥିଲା ଯେଉଁଥିରେ ହିନ୍ଦୀ କହିବା ପାଇଁ ଶ୍ରଦ୍ଧା ପ୍ରଭାସଙ୍କୁ ଖୁବ ସାହାର୍ୟ୍ୟ ମଧ୍ୟ କରିଥିଲେ । ବାସ୍ତବରେ ପ୍ରଭାସ ନିଜ ଭାଷାରେ ଏହି ଫିଲ୍ମଟି କରିବାକୁ ଚାହୁଁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More