Only for Entertainment

ମଥାରେ ସିନ୍ଦୂର ଓ ହାତରେ ଶଙ୍ଖା ଲଗାଇ ସଂସଦରେ ଶପଥ ନେବାକୁ ପହଂଚିଲେ ନୁସରତ ଜହାଁ ।

52

୧୭ ତମ ଲୋକସଭାରେ ମମତା ବାନାର୍ଜୀଙ୍କ ପାଟି ତୃଣମୂଳରୁ ନିର୍ବାଚନ ଜିତିଥିବା ବଙ୍ଗାଳୀ ଅଭିନେତ୍ରୀ ମକ୍ଟମକ୍ଟ ଚକ୍ରବର୍ତ୍ତୀ ଏବଂ ନୁସରତ ଜହାଁ ମଙ୍ଗଳବାରକୁ ଶପଥ ନେବା ପାଇଁ ସଂସଦରେ ପହଂଚିଥିଲେ । ଅଭିନେତ୍ରୀରୁ ସାଂସଦ ହୋଇଥିବା ଏହି ଦୁଇ ତାରକା ସ୍ପିକର ଓମ ବିଡଲାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ।

ସଂସଦରେ ନୁସରତ ପାରମ୍ପରିକ ଲୁକରେ ନଜର ଆସିଛନ୍ତି । ନବ ବିବାହିତ ନୁସରତ ମଥାରେ ସିନ୍ଦୂର, ହାତରେ ମେହେନ୍ଦି ଓ ଚୁଡ଼ି ପିନ୍ଧିଥିବାର ନଜର ଆସିଛନ୍ତି ।

କହିରଖୁଛୁ ନୁସରତ ଜହାଁ ବିଜନେସମ୍ୟାନ ନିଖିଲ ଜୈନଙ୍କ ସହିତ ୧୯ ଜୁନକୁ ତୁର୍କୀର ବୋରଡମ ସହରରେ ପାରମ୍ପରିକ ରୀତିନୀତିରେ ବିବାହ କରିଛନ୍ତି । ବିବାହରେ ବ୍ୟସ୍ତ ଥିବାରୁ ସାଂସଦ ଭାବରେ ଶପଥ ଗ୍ରହଣର ପ୍ରଥମ ଦିନରେ ନୁସରତ ପହଂଚି ପାରିନଥିଲେ । ନୁସରତଙ୍କ ବିବାହରେ ତାଙ୍କ ଘନିଷ୍ଠ ବନ୍ଧୁ ମକ୍ଟମକ୍ଟ ଚକ୍ରବର୍ତ୍ତୀ ମଧ୍ୟ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More