Only for Entertainment

ଜାଣିଛନ୍ତିକି ଏବେ କ’ଣ କରୁଛନ୍ତି ବିଗବସର ସମସ୍ତ ପ୍ରତିଯୋଗୀ

the indian express
0 58

ବିଗବସ ୧୧ର ଫଳାଫଳ ବାହାରିବା ପାଇଁ ଦୁଇ ଦିନ ବାକି ଅଛି । ଦର୍ଶକଙ୍କ ଠାରୁ ଆରମ୍ଭ କରି ପ୍ରତିଯୋଗୀ ପର୍ଯ୍ୟନ୍ତ ସମସ୍ତେ ଊତ୍ସାହିତ ଥିବା ଦେଖିବାକୁ ମିଳୁଛି । କାରଣ ସବୁ ସିଜନ ଅପେକ୍ଷା ଏହି ସିଜନ ସବୁଠାରୁ ନିଆରା ଭାବେ ସାମ୍ନାକୁ ଆସିଛି । ବିଗବସର ପ୍ରଥମ ସିଜନ ୨୦୦୬ରେ ଆରମ୍ଭ ହୋଇଥିଲା । ଏ ପର୍ଯ୍ୟନ୍ତ ଏହି ସୋର ୧୦ଟି ସଫଳ ସିଜନ ଦର୍ଶକ ଦେଖିବାକୁ ପାଇଛନ୍ତି । କିନ୍ତୁ ବିଗବସ ସୋରୁ ଯିବା ପରେ ସମସ୍ତଙ୍କୁ ଗ୍ଲାମର ଦୁନିଆରେ କିଛି କିଛି କାମ ମିଳିଥିବା କଥା ସମସ୍ତେ ଜାଣନ୍ତି । ଟିଭି ପରଦାରେ ତ ସେମାନଙ୍କୁ ଭଲ ଭାବରେ ଜାଣିବାକୁ ପାଇଛନ୍ତି ଦର୍ଶକ,କିନ୍ତୁ ଏବେ ସେମାନେ କ’ଣ କରୁଛନ୍ତି ଆସନ୍ତୁ ଜାଣିବା ।

ବଲିଉଡ ଅଭିନେତା ରାହୁଲ ରାୟ ୨୦୦୬ ପ୍ରଥମ ସିଜନର ବିଜେତା ହୋଇଥିଲେ । ଏହାପରେ ସେ ୨୦୧୦ରେ କ୍ରାଇବ ପାର୍ଟନର ଏବଂ ଅଦା ଏ ୱେ ଅଫ ଲାଇଫ କମରେ ଅଭିନୟ କରିଥିଲେ । ଫିଲ୍ମ ଆଶିକୀରେ ଫେମ ପାଇବା ପରେ ରାହୁଲ ୨୦୧୧ରେ ଫିଲ୍ମ ଏଲାନର ନିର୍ମାଣ କରିଥିଲେ । ତେବେ ଏତେ ସଫଳତା ପରେ ସେ ୨୦୧୭ରେ ଭାରତୀୟ ଜନତା ପାର୍ଟିରେ ପ୍ରବେଶ କରିଛନ୍ତି ।
ଆଶୁତୋଷ କୌଶିକ-ସେ ୨୦୦୮ରେ ବିଗବସର ବିଜେତା ହୋଇଥିଲେ । ଏହା ପୂର୍ବରୁ ସେ ଏମଟିଭିର ରୋଡ଼ିଜ ସୋ ସିଜନ ୫ର ବିଜେତା ମଧ୍ୟ ହୋଇଥିଲେ । ସେ ବିଗବସ ଟୁର ବିଜେତା ହେବାପରେ କିସମତ ଲଭ ପୈସା ଦିଲ୍ଲୀ,ସଟକଟ ରୋମିଓ,ଭଡ଼ାସ,ଜିଲ୍ଲା ଗାଜିୟାବାଦ,ଲଭ କେ ଫଣ୍ଡେ ଏବଂ ଲାଲ ରଙ୍ଗ ଭଳି ଫିଲ୍ମରେ କାମ କରିଥିଲେ ।

ବିନ୍ଦୁ ଦାରା ସିଂ-୨୦୦୯ରେ ସିଜନ ଥ୍ରିର ବିଜେତା ହେବାପରେ ସେ ଜୟ ବୀର ହନୁମାନ,ବେତାଲ ପଚ୍ଚିସୀ,ଚନ୍ଦ୍ରକାନ୍ତା,ମା ଏକ୍ସଚେଂଜ ଭଳି ସୋରେ ନଜର ଆସିଥିଲେ ।ଏହା ସହିତ ସେ ଫିଲ୍ମ ହାଉସଫୁଲ,ହିମତୱାଲା,ସନ ଅଫ ସରଦାର ଓ ହାଉସଫୁଲ ଟୁ ଭଳି ଫିଲ୍ମରେ ମଧ୍ୟ ନଜର ଆସିଥିଲେ ।

ଶ୍ୱେତା ତିୱାରୀ-ସେ ୨୦୧୦ରେ ସିଜନ ୪ର ବିଜେତା ହୋଇଥିଲେ । ଏହାପରେ ସେ ଝଲକ ଦିଖଲା ଜା,ପରୱରିଶ ଏବଂ ବାଲ ବୀରରେ ମଧ୍ୟ ନଜର ଆସିଥିଲେ । ତାଙ୍କ ସୋ ବେଗୁସାରାୟ ମଧ୍ୟ ଖୁବ ପ୍ରସିଦ୍ଧି ଲାଭ କରିଥିଲା । ଏବେ ସେ ତାଙ୍କର ପାରିବାରିକ ଜୀବନକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି ।

ଜୁହି ପରମାର-୨୦୧୧ରେ ସିଜନ ୫ର ବିଜେତା ହେବାପରେ ସନ୍ତୋଷୀ ମା ଏବଂ ଷ୍ଟାର ବିବାହ ଲି ସୋରେ ନଜର ଆସିଥିଲେ । ବର୍ତ୍ତମାନ ସେ ଟିଭି ସୋ ଶନିରେ ଡବଲ ରୋଲରେ ଅଭିନୟ କରୁଛନ୍ତି ।
ଉର୍ବସୀ ଢୋଲକିଆ-୨୦୧୨ରେ ସିଜନ ୬ର ବିଜେତା ହେବାପରେ ସେ ଏକ ନେଗେଟିଭ ଚରିତ୍ରରେ ଅଭିନୟ କରିଥିଲେ । ସୋ ଜିତିବା ପରେ ସେ ବି ଦୂର ସେ ଆଏରେ ନଜର ଆସିଥିଲେ ।ଏବେ ସେ ଟିଭି ସୋ ଚନ୍ଦ୍ରକାନ୍ତାରେ ରାଣୀ ଇନ୍ଦାବତୀ ଚରିତ୍ରରେ ଅଭିନୟ କରୁଛନ୍ତି ।

ଗୌହର ଖାନ-୨୦୧୩ ସିଜନ ୭ର ବିଜେତା ହେବାପରେ ସୋ ଦ୍ୱାରା ଅଭିନତା କୁଶାଲ ଟଣ୍ଡନଙ୍କ ସହିତ ତାଙ୍କର ରୋମାନ୍ସ ଖୁଚବ ଚର୍ଚ୍ଚାରେ ରହିଥିଲା । ବିଜେତା ହେବାପରେ ସେ ଓ ୟାରା ଏବେ ଏବେ ଲୁଟ ଗୟା,କ୍ୟା କୁଲ ହୈ ହମ ଥ୍ରି,ଫିବର କୁଦ୍ଦୁ,ବଦିନାଥ କି ଦୁଲହନିୟା ଏବଂ ବେଗମ ଜାନ ଭଳି ଫିଲ୍ମରେ ସେ ନଜର ଆସିଛନ୍ତି । ହା ସହିତ ଖତରୋଁ କେ ଖିଲାଡ଼ୀ, ଇଣ୍ଡିଆସ ଓ ଷ୍ଟାର ଭଳି ସୋରେ ମଧ୍ୟ ନଜର ଆସିଥିଲେ ।


ଗୌତମ ଗୁଲାଟୀ-୨୦୧୫ରେ ସିଜନ ୮ର ବିଜେତା ହେବାପରେ ସେ ଡରପୋକ,ସିଦ୍ଧାର୍ଥ ଦ ବୁଦ୍ଧ,ବେହେନ ହୋଗୀ ତେରୀ ଭଳି ଫିଲ୍ମରେ ଅଭିନୟ କରିଥିଲେ । ଏହା ସହିତ ସେ ଏମଟିଭିର ସୋ ବିଗ ଏଫକୁ ମଧ୍ୟ ହୋଷ୍ଟ କରି ସାରିଛନ୍ତି ।

ପ୍ରିନ୍ସ ନରୁଲା- ୨୦୧୬ରେ ସିଜନ ୯ର ବିଜେତା ହେବାପରେ ସେ ଏମଟିଭିର ସୋ ରୋଡ଼ିଜ ରାଇଜିଙ୍ଗରେ ଗ୍ୟାଙ୍ଗ ଲିଡରର ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । ତେବେ ଏହା ପୂର୍ବରୁ ସେ ରୋଡ଼ିଜ ଏବଂ ସ୍ପ୍ଲିଟ୍ସ ବିଲାରେ ମଧ୍ୟ ବିଜେତା ହୋଇଥିଲେ ।ଏବେ ସେ ଏଣ୍ଡ ଟିଭିର ବଡ଼ୋ ବହୁ ସୋରେ ଅଭିନୟ କରୁଛନ୍ତି । ଏହା ସହିତ ସେ ପ୍ୟାର ତୁନେ କ୍ୟା କିଆରେ ମଧ୍ୟ ହୋଷ୍ଟ କରି ସାରିଛନ୍ତି ।


ମନବୀର ଗୁର୍ଜର-୨୦୧୭ରେ ସିଜନ ୧୦ର ବିଜେତା ହେବାପରେ ସେ ଖତରୋଁ କେ ଖିଲାଡ଼ୀ ସୋରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More