Only for Entertainment

ଖୁବ ଶୀଘ୍ର ରିଲିଜ ହେବ ଅକ୍ଷୟ କୁମାରଙ୍କ ପ୍ରଥମ ମ୍ୟୁଜିକ ଭିଡିଓ, କ୍ରିତି ସାନନଙ୍କ ଭଉଣୀ ନୂପୁର ସାନନଙ୍କ ସହିତ ଆସିବେ ନଜର

latestly
56

ଅଭିନେତା ଅକ୍ଷୟ କୁମାର ଖୁବ ଶୀଘ୍ର ନିଜର ପ୍ରଥମ ମ୍ୟୁଜିକ ଭିଡିଓ ନେଇ ଆସୁଛନ୍ତି । ଏହାର ଘୋଷଣା ନିର୍ମାତା ନିକଟରେ କରିଛନ୍ତି । ଏହି ମ୍ୟୁଜିକ ଭିଡିଓର ଟାଇଟଲ ରହିଛି ଫିଲହାଲ । କିନ୍ତୁ ସବୁଠାରୁ ଖାସ କଥା ହେଉଛି ଏହି ମ୍ୟୁଜିକ ଭିଡିଓରେ ଅକ୍ଷୟ କୁମାରଙ୍କ ଅପୋଜିଟରେ କ୍ରିତି ସାନନଙ୍କ ଭଉଣୀ ନୂପୁର ସାନନ ନଜର ଆସିବେ ।

ନୂପୁର ମଧ୍ୟ ଭଉଣୀ କ୍ରିତି ସାନନଙ୍କ ପରି ବଲିଉଡରେ ଏଣ୍ଟ୍ରି କରିବା ପାଇଁ ଚାହଁ ଛନ୍ତି । ଏପରି ସ୍ଥଳରେ ଅକ୍ଷୟ କୁମାରଙ୍କ ସାଥ ମିଳିବା ସବୁଠାରୁ ବଡ କଥା ।

ଏହାକୁ ନେଇ ନୂପୁର ଖୁବ ଏକ୍ସାଇଟେଡ ଅଛନ୍ତି । ଅଭିନେତ୍ରୀ ନିଜ ସୋସିଆଲ ମିଡିଆରେ ନିଜ ଖୁସିକୁ ପ୍ରକାଶ କରି ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଅଭିନେତା ଅକ୍ଷୟ କୁମାରଙ୍କ ସହିତ ନଜର ଆସିଛନ୍ତି । ଏହା ସହିତ ଅକ୍ଷୟଙ୍କ ସହିତ କାମ କରିବାର ଫିଲିଙ୍ଗସକୁ ସେ ସେୟାର କରିଛନ୍ତି ।

 

ଏହି ମ୍ୟୁଜିକ ଭିଡିଓକୁ ଅରବିନ୍ଦ ଖାୟରା ନିର୍ଦ୍ଦେଶନା ଦେଇଛନ୍ତି । ଏହା ସହିତ ଗୀତରେ ବି ପ୍ରାକଙ୍କ ଆକର୍ଷଣୀୟ ଭଏସ ଶୁଣିବାକୁ ମିଳିବ । ନୂପୁର ସାନନଙ୍କ ସହିତ ଏହି ଭିଡିଓରେ ଏମୀ ୱିର୍କ ମଧ୍ୟ ନଜର ଆସିବେ । କେବଳ ନୂପୁରଙ୍କର ନୁହେଁ ଅକ୍ଷୟ କୁମାରଙ୍କର ମଧ୍ୟ ଏହା ପ୍ରଥମ ମ୍ୟୁଜିକ ଭିଡିଓ ହେବ । ଏହି ଖବର ଅକ୍ଷୟଙ୍କ ଫ୍ୟାନ୍ସ ଙ୍କ ମଧ୍ୟରେ ଖୁବ ଉତ୍ସାହ ଭରିଦେବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More