Only for Entertainment

ବଜେଟ ୨୦୧୯ : ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରେନ୍ସର ଘୋଷଣା, ମୋଦିଙ୍କ ପ୍ରଶଂସାରେ ସେଲିବ୍ରିଟି ।

bollywood life
26

ଅର୍ଥ ମନ୍ତ୍ରୀ ପିୟୁଷ ଗୋୟଲ ଆଜି ସଂସଦରେ ୨୦୧୯-୨୦ର ବଜେଟ ଉପସ୍ଥାପନା କରିଛନ୍ତି । ଯେଉଁଥିରେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀର ହିତରେ ଦୁଇଟି ବଡ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଜଡିତ ଲୋକମାନଙ୍କୁ ଏହାର ବଡ ଫାଇଦା ହେବ । ପ୍ରଥମ ଘୋଷଣା ଅନୁସାରେ, ଭାରତରେ ଫିଲ୍ମ ସୁଟ କରୁଥିବା ସମସ୍ତ ନିର୍ଦ୍ଦେଶକଙ୍କୁ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସର ଘୋଷଣା ବଜେଟରେ କରାଯାଇଛି । ଏହା ସହିତ ଜିଏସଟି ୧୨ ପ୍ରତିଶତ କରିବା ପାଇଁ ଘୋଷଣା କରାଯାଇଛି । ପ୍ରଥମେ ମୁଭି ଟିକେଟ ଉପରେ ୧୮ ପ୍ରତିଶତ ଟ୍ୟାକ୍ସ ଲଗାଯାଉ ଥିଲା କିନ୍ତୁ ଏବେ ଘୋଷଣା ପରେ ଟିକେଟ ଉପରେ ୧୨ ପ୍ରତିଶତ ଟ୍ୟାକ୍ସ ଲଗାଯିବ । କିନ୍ତୁ ଏହାକୁ ନେଇ ସେ କହିଥିଲେ ଜିଏସଟି କାଉଁସିଲ ଏହା ଉପରେ ଦ୍ୱିତୀୟ ଥର ନିର୍ଣ୍ଣୟ ନେବ ।

ଆପଣଙ୍କୁ କହିରଖୁଛୁ ଯେ, ଏହା ପୂର୍ବରୁ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ କେବଳ ବିଦେଶୀ ଫିଲ୍ମ ନିର୍ଦ୍ଦେଶକଙ୍କୁ ଦିଆଯାଉଥିଲା କିନ୍ତୁ ଏବେ ଏହାର ସିଧା ଫାଇଦା ଭାରତୀୟ ଫିଲ୍ମ ନିର୍ଦ୍ଦେଶକମାନଙ୍କୁ ମଧ୍ୟ ମିଳିବ । ଯେକୌଣସି ଭାଷାରେ ଫିଲ୍ମ ସୂୁଟ କରାଯାଉ ନା କହିଁକି ଏହି ଘୋଷଣା ପରେ ଏବେ ଗୋଟିଏ ୱିଣ୍ଡୋରେ ସବୁ କାମ ହୋଇଯିବ ।

ଏହା ବ୍ୟତିତ ସିନେମାଟୋଗ୍ରାଫି ଆକ୍ଟକୁ ଆହୁରି ମଧ୍ୟ ଶକ୍ତ କରାଯିବ ବୋଲି ବଜେଟରେ କୁହାଯାଇଛି । ଏହି ଘୋଷଣା ପରେ ପାୟରେସିକୁ ରୋକା ଯାଇପାରିବ । ଆପଣଙ୍କୁ କହିରଖୁଛୁ ଯେ, ଅନେକ ଦିନର ଫିଲ୍ମ ଇଣ୍ଡ ଷ୍ଟ୍ରୀର ଲୋକେ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ପାଇଁ ଦାବି ନ କରି ଆସୁଥିଲେ । ମୋଦିଙ୍କ ବଜେଟରେ ଏହି ଘୋଷ ଣା ହେବା ପରେ ଅନେକ ସେଲିବ୍ରିଟି ଟ୍ୱିଟ କରି ମୋଦିଙ୍କୁ ପ୍ରଶଂସା କରିଛନ୍ତି ।

ବଜେଟ ଉପସ୍ଥାପନା ବେଳେ ମନ୍ତ୍ରୀ ପିୟୁଷ ଗୋୟଲ ଫିଲ୍ମ ସର୍ଜିକାଲ ଷ୍ଟାଇକ ଉପରେ କହିଥିଲେ । ଯାହା ଶୁଣିବା ପରେ ପୁରା ସଂସଦ ତାଳିରେ ଗୁଞ୍ଜି ଉଠିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More