Only for Entertainment

ସୁଶାନ୍ତ-ଶ୍ରଦ୍ଧା କପୁର ଷ୍ଟାରର ଫିଲ୍ମ ‘ଛିଛୋରେ’କୁ ନେଇ ଉତ୍ସାହିତ ଆମୀର ଖାନ, କହିଲେ ଏହି କଥା…

Koimoi
36

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଆଗାମୀ ଫିଲ୍ମ ‘ଛିଛୋରେ’ର ଟ୍ରେଲର ଫ୍ରେଣ୍ଡସିପ ଡେ’ରେ ରିଲିଜ ହୋଉଛି । ଫିଲ୍ମଟି ବନ୍ଧୁତା ଉପରେ ଆଧାରିତ । ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଶ୍ରଦ୍ଧା ଏବଂ ସୁଶାନ୍ତ ସିଂ ରାଜପୁତ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ।

ଦଙ୍ଗଲ ଫେମ ନିର୍ଦ୍ଦେଶକ ନିତେଶ ତିୱାରୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ଟ୍ରେଲରକୁ ସମସ୍ତେ ଖୁବ ପସନ୍ଦ କରିଛନ୍ତି । ବରୁଣ ଧୱନଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାର, ଆଲିଆ ଭଟ୍ଟ ସମସ୍ତେ ଶ୍ରଦ୍ଧା ଏବଂ ସୁଶାନ୍ତଙ୍କ ଏହି ଫିଲ୍ମୁ ଖୁବ ପ୍ରଶଂସା କରିଛନ୍ତି ।
ଫିଲ୍ମର ନିର୍ଦ୍ଦେଶକ ନିତେଶ ତିୱାରୀ ବଲିଉଡ ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଖୁବ ଘନିଷ୍ଠ । ସେ ଫିଲ୍ମ ‘ଛିଛୋରେ’ର ଟ୍ରେଲରକୁ ଆମୀରଙ୍କୁ ଦେଖାଇଥିଲେ । ଏହି ଫିଲ୍ମକୁ ଦେଖିବା ପରେ ଆମୀର ତୁରନ୍ତ ଟ୍ୱିଟ କରି ଫିଲ୍ମର ପ୍ରଶଂସା କରିଛନ୍ତି ।

ଆମୀର ଟ୍ୱିଟ କରି ଲେଖିଛନ୍ତି, ‘ନିତେଶ ତିୱାରୀ ଜୀ ଆପଣ ମଧ୍ୟ ଯେଉଁ ଫିଲ୍ମର ଟ୍ରେଲର ଦେଖାଇଥିଲେ ତାହା ମୋତେ ଖୁବ ପସନ୍ଦ ଆସିଲା । ଏହି ଫିଲ୍ମ ପାଇଁ ଆପଣଙ୍କୁ ଆନେକ ଶୁଭେଚ୍ଛା । ଆଶା କରୁଛି ଏହାକୁ ଦର୍ଶକଙ୍କ ଭଲପାଇବା ମିଳିବ । ମୁଁ ଏହି ଫିଲ୍ମକୁ ଦେଖିବା ପାଇଁ ଖୁବ ଉତ୍ସାହିତ ଅଛି ।’

କହିରଖୁଛୁ ଯେ, ଫିଲ୍ମରେ ସୁଶାନ୍ତ , ଶ୍ରଦ୍ଧାଙ୍କ ବ୍ୟତିତ ବରୁଣ ଶର୍ମାଙ୍କ ପରି କଳାକାର ନଜର ଆସିବେ । ଫିଲ୍ମ ୬ ସେପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More