Only for Entertainment

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଟି-ସିରିଜର ବଡ ନିଷ୍ପତ୍ତି ! ପାକିସ୍ତାନୀ ସିଙ୍ଗର ଆତିଫଙ୍କ ଗୀତକୁ କଲେ ଅନଲିଷ୍ଟ, ୟୁଜର ଦେଲେ ଏହି ରିଆକ୍ସନ

you tube
40

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପୂନରା ଦେଶରେ ଏବେ ଆକ୍ରୋଶ ଦେଖାଦେଇଛି । ଲୋକେ ଏହି ମମଲାକୁ ନେଇ କଡା ଶବ୍ଦରେ ନିନ୍ଦା କରୁଛନ୍ତି । ମ୍ୟୁଜିକ କମ୍ପାନୀ ଟି-ସିରିଜ ମଧ୍ୟ ଏହି ଘଟଣା କ୍ରମକୁ ଗମ୍ଭୀରତାର ସହିତ ନେଇ ଏକ ବଡ ନିର୍ଣ୍ଣୟ ନେଇଛନ୍ତି । ଆଜ୍ଞା ହିଁ , ମ୍ୟୁଜିକ କମ୍ପାନୀ ଟି-ସିରିଜ ପାକିସ୍ତାନୀ ସିଙ୍ଗର ଆତିଫ ଅସଲମଙ୍କ ଗୀତକୁ ନିଜ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରୁ ହଟାଇ ଦେଇଛନ୍ତି । ମ୍ୟୁଜିକ କମ୍ପାନୀ ଏପର୍ଯ୍ୟନ୍ତ ଏହାକୁ ଅଫିସିଆଲ ଭାବେ ଘୋଷଣା କରିନାହାଁନ୍ତି କିନ୍ତୁ ଆତିଫ ଗାଇ ଥିବା ସମସ୍ତ ଗୀତ ଅନଲିଷ୍ଟ ଟ୍ୟାଗ ସହିତ ୟୁଟ୍ୟୁବରେ ଦେଖିବାକୁ ମିଳୁଛି ।

ଭଲେଣ୍ଟାଇନର ଡେ’ର ଦୁଇ ଦିନ ପୂର୍ବରୁ ଅର୍ଥାତ ୧୨ ଫେବୃଆରୀରେ ଆତିଫ ଏବଂ ନୁସରତ ଭରୁଚାଙ୍କ ଗୀତ ବାରିଶେଁ ରିଲିଜ କରାଯାଇଥିଲା । କିନ୍ତୁ ପୁଲୱାମାରେ ଜବାନଙ୍ଗକ ଉପରେ ହୋଇଥିବା ଆକ୍ରମଣ ପରେ ମ୍ୟୁଜିକ କମ୍ପାନୀ ଟି-ସିରିଜ ଏହି ଗୀତକୁ ହଟାଇ ଦେଇଛନ୍ତି । ଏବେ ଏହି ଗୀତ ଟି-ସିରିଜର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଦେଖିବାକୁ ମିଳିବ ନାହିଁ ।

ଆତିଫଙ୍କ ଏହି ଗୀତରେ ଅଭିନେତ୍ରୀ ନୁସରତ ଭରୁଚାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଦୁହିଁଙ୍କ ରୋମାଣ୍ଟିକ କେମେଷ୍ଟ୍ରୀକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଥିଲେ । ଏହି ଗୀତକୁ ଅନଲିଷ୍ଟ କରିବା ଫଳରେ ତାଙ୍କର ଅନେକ ଫ୍ୟାନ୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପୂରା ଦେଶରେ ପାକିସ୍ତାନୀ ସିଙ୍ଗରଙ୍କୁ ବ୍ୟାନ କରିବା ପାଇଁ ଦାବି ବଢିବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More