‘ଷ୍ଟ୍ରିଟ ଡ୍ୟାନ୍ସର ୩ଡି’ ସେଟରୁ ଭାଇରାଲ ହେଲା ରେମୋ ଡିସୁଜାଙ୍କ ଭିଡିଓ, ସୁଟିଂ ମଝିରେ ବରୁଣ –ଶ୍ରଦ୍ଧାଙ୍କୁ କହିଲେ ‘ଗେଟ ଆଉଟ’
ବରୁଣ ଧୱନ ଏବଂ ଶ୍ରଦ୍ଧା କପୁରଙ୍କ ଯୋଡି ଖୁବ ଶୀଘ୍ର ‘ଷ୍ଟ୍ରଟ ଡ୍ୟାନ୍ସର ୩ଡି’ରେ ଦେଖିବାକୁ ମିଳିବ । ପୂରା ଟିମ ଏବେ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଇତି ମଧ୍ୟରେ ସୋସିଆଲ ମିଡିଆରେ ‘ଷ୍ଟ୍ରିଟ ଡ୍ୟାନ୍ସର ୩ଡି’ ସେଟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବରୁଣ, ଶ୍ରଦ୍ଧା ଏବଂ ରେମୋ ଡିସୁଜାଙ୍କ ବ୍ୟତିତ ଫିଲ୍ମର ପୂରା ଟିମ ନଜର ଆସିଛନ୍ତି । ବରୁଣ ଧୱନ ଖୋଦ ଏହି ଭିଡିଓକୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।
ଏହି ଭିଡିଓରେ ନିର୍ଦ୍ଦେଶକ ରେମୋ ଡିସୁଜା ପୂରା ଟିମକୁ ଗେଟ ଆଉଟ କହୁଥିବାର ନଜର ଆସିଛନ୍ତି । କିନ୍ତୁ ତାଙ୍କ ଟିମ ବାହାରକୁ ଯିବାକୁ ମନା କରିଦେଉଛନ୍ତି । ଏହା ପରେ ବରୁଣ କୁହନ୍ତି ଆମେ ଘରକୁ ଯିବାକୁ ଚାହୁଁନୁ ଆମେ ସୁଟିଂ କରିବାକୁ ଚାହୁଁ ।
ଦେଖନ୍ତୁ ଭିଡିଓ-
କହିରଖୁଛୁ ଯେ, ପୂର୍ବରୁ ସୁଟିଂ ସେଟର ଆନେକ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ଫ୍ୟାନ୍ସ ଖୁବ ପସନ୍ଦ କରିଥିଲେ । ଏହି ଫିଲ୍ମରେ ବରୁଣ ଧୱନ ଏବଂ ଶ୍ରଦ୍ଧା କପୁରଙ୍କ ବ୍ୟତିତ ପ୍ରଭୂ ଦେବା, ନେରା ଫତେହୀ, ଶକ୍ତି ମୋହନ ଏବଂ ଧର୍ମେଶ ୟେଲେଣ୍ଡ ଲିଡ ରୋଲରେ ନଜର ଆସିବେ । ଫିଲ୍ମ ୨୪ ଜାନୁଆରୀ ୨୦୨୦ରେ ରିଲିଜ ହେବ ।