Only for Entertainment

ଅଭିନେତ୍ରୀ ମମତାଜଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଝିଅ,କହିଲେ ଆମେ ସପିଂ କରିବାକୁ ଯାଇଥିଲୁ ।

bollywood tadka
0 42

ଇଂଟରନେଟରେ ପ୍ରାୟତଃ ସେଲିବ୍ରେଟୀ ମାନଙ୍କର ମୃତ୍ୟୁର ମିଛ ଖବର ଶୁଣିବାକୁ ମିଳିଥାଏ । ନିକଟରେ ଅଭିନେତ୍ରୀ ମୁମତାଜଙ୍କୁ ନେଇ ଖବର ଆସିଛିଯେ ସେ କାର୍ଡ଼ିୟକ ଅରେଷ୍ଟରେ ଏ ଦୁନିଆରୁ ବିଦାୟ ନେଇଛନ୍ତି । ଏହି ଖବର ଶୁଣିବା ପରେ ତାଙ୍କର ସମଗ୍ର ପରିବାର ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ଖବରକୁ ଖଣ୍ଡନ କରି ତାଙ୍କ ଝିଅ ତାନ୍ୟା ମାଧବାନୀ ସୋସିଆଲ ମିଡିଆରେ ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ ଏହି ଭିଡିଓରେ କହିଛନ୍ତିଯେ ତାଙ୍କ ମା ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ।

 

ତାନ୍ୟା କହିଛନ୍ତିଯେ ମାଙ୍କୁ ନେଇ ଯେଉଁ ଖବର ଆସୁଛି ତାହା ସଂପୂର୍ଣ୍ଣ ମିଛ । ସେ ସୁସ୍ଥ ଅଛନ୍ତି । ମିଛ ଖବର ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । ସେ ଏହା ମଧ୍ୟ କହିଛନ୍ତିଯେ କିଛି ସମୟ ମଧ୍ୟରେ ମାଙ୍କୁ ନେଇ ସପିଂ ପାଇଁ ଯାଉଛି । କାରଣ ତାଙ୍କୁ ବଗିଚା ପାଇଁ ଗଛ ଆଣିବାର ଅଛି । ଏହା ସହିତ ସେ ବର୍ତ୍ତମାନର ଫଟୋ ସେୟାର କରିଛନ୍ତି ।
ଏହାପରେ ସେ ଇଂଷ୍ଟାଗ୍ରାମରେ ତାଙ୍କ ମାଙ୍କ ଫଟୋ ସେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More