Only for Entertainment

ସିଆରପିଏଫର ଭୁଲ ଚିତ୍ରଣ କରାଯାଇଥିବାରୁ ଫିଲ୍ମ ‘ନ୍ୟୁଟନ’ ବିରୋଧରେ ମାମଲା ରୁଜୁ

Movified
0 31

ରାଜ କୁମାର ରାଓଙ୍କ ଫିଲ୍ମ ‘ନ୍ୟୁଟନ’ ଏବେ କାନୁନ ମାମଲାରେ ଫସି ଯାଇଛି । ସିଆରପିଏଫର ସମସ୍ତ ଇନସ୍ପେକ୍ଟର ଫିଲ୍ମର ପ୍ରଡ୍ୟୁସରଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଅଭିଯୋଗକାରୀ ପ୍ରଡ୍ୟୁସରଙ୍କ ଉପରେ ସିଆରପିଏଫର ଭୁଲ ଚିତ୍ରଣର ଆରୋପ ଲଗାଇଛନ୍ତି । ଏବଂ ଦିଲ୍ଲୀ କୋର୍ଟ ଏହି ପିଟିସନକୁ ସ୍ୱୀକାର ମଧ୍ୟ କରିଛନ୍ତି ।


କହିରଖିଛୁ ଯେ ଏହା ପ୍ରଥମ ଥର ପାଇଁ ନୁହେଁ ଯେ ଫିଲ୍ମ ବିରୋଧରେ ଏପରି ଅଭିଯୋଗ କରାଯାଇଛି । ଏହା ପୂର୍ବରୁ ଇରାନିୟନ ଫିଲ୍ମ ‘ସିକ୍ରେଟ ବ୍ୟାଟେଲ’ର କାହାଣୀ ଚୋରି କରିବାର ଅରୋପ ମଧ୍ୟ ଏହି ଫିଲ୍ମ ଉପରେ ଲଗାଇଥିଲେ । କିନ୍ତୁ ଫିଲ୍ମର ନିର୍ଦ୍ଦେଶକ ଅମିତ ମାସୁରକର କହିଥିଲେ ଏହି ଫିଲ୍ମ ଇଣ୍ଟରନ୍ୟସନାଲ ଫିଲ୍ମ ଫେଷ୍ଟିଭାଲକୁ ଯାଇଥିଲା । ଯଦି କପି ହୋଇଥାନ୍ତା ତେବେ ଏହାକୁ ଆୱାର୍ଡ ମିଳିଥାନ୍ତା କି ? ଏହା ସହିତ ସେ କହିଥିଲେ ମେତେ ସିକ୍ରେଟ ବ୍ୟାଟେଲର କାହଣୀ ବିଷୟରେ ଜଣାନଥିଲା । ଏହି ଆରୋପ ଆସିବା ପରେ ମୁଁ ଏହି ଫିଲ୍ମ ଅଳ୍ପ ଦେଖିଥିଲି ।

ଫିଲ୍ମ ‘ନ୍ୟୁଟନ’କୁ ଭାରତ ତରଫରୁ ଓସ୍କାର ପାଇଁ ନୋମିନେଟ କରାଯାଇଥିଲା କିନ୍ତୁ ଏହା ଫାଇନାଲରେ ପହଁଚିପାରିନଥିଲା । ଫିଲ୍ମରେ ପଙ୍କଜ ତ୍ରୀପାଠୀ ସିଆରପିଏଫ ଅଫିସର ଚରିତ୍ରରେ ନଜର ଆସିଥିଲେ । ଏବଂ ଏହି ଚରିତ୍ର ପାଇଁ ତାଙ୍କୁ ନ୍ୟାସନାଲ ପୁରସ୍କାର ମଧ୍ୟ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More