Only for Entertainment

କ’ଣ ବିବାହର ୪ମାସ ପରେ ଛାଡ଼ପତ୍ର ନେବେ ପ୍ରିୟଙ୍କା-ନିକ? ଜାଣନ୍ତୁ ପୂରା ଘଟଣା ।

bollywoodtadka
62

ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗତ ବର୍ଷ ଡିସେମ୍ବର ମାସରେ ଆମେରିକାନ ସିଙ୍ଗର ନିକ ଜୋନସଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁଇଜଣ ରାଜସ୍ଥାନର ଯୋଦ୍ଧପୁର ସହରର ଉମେଦ ଭବନରେ ବିବାହ କଲେ । ଯାହାର ଫଟୋ ସୋସିଆଲ ସାଇଟରେ ଖୁବ ଭାଇରାଲ ହୋଇଥିଲା । ନିକଟରେ ଦୁଇ ଜଣଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଦୁଇଜଣ ଛାଡ଼ପତ୍ର ନେବାକୁ ଭାବୁଛନ୍ତି ।

ଏକ ମାଗାଜିନର କହିବା ଅନୁସାରେ ପ୍ରିୟଙ୍କା ଏବଂ ନିକଙ୍କ ମଧ୍ୟରେ ଖୁବ ଝଗଡ଼ା ହେଉଛି । ତେଣୁ ଦୁଇଜଣ ଅଲଗା ହେବାକୁ ଚିନ୍ତା କରୁଛନ୍ତି । ଏହା ମଧ୍ୟ କୁହାଯାଉଛିଯେ ଦୁଇଜଣଙ୍କ ମଧ୍ୟରେ ପ୍ରତ୍ୟେକ କଥାକୁ ନେଇ ଝଗଡ଼ା ହେଉଛି । ଏହାର କାରଣ ହେଉଛି ଦୁଇଜଣ ବିବାହ କରିବାର ନିଷ୍ପତ୍ତି ତରବରରେ ନେଇଛନ୍ତି । ଯେଉଁ କାରଣରୁ ଏଭଳି ସମସ୍ୟା ହେଉଛି ।

ସୂଚନା ମୁତାବକ ନିକ ଭାବୁଥିଲେଯେ ପ୍ରିୟଙ୍କା କୁଲ ଏବଂ ବୁଝାସୁଝା ପ୍ରକୃତିର । କିନ୍ତୁ ତାଙ୍କୁ ଏଭଳି ମନେ ହେଉଛି ଦେଶୀ ଗର୍ଲଙ୍କ ପ୍ରକୃତି ନିୟନ୍ତ୍ରଣ ଭଳି । ଏହା ମଧ୍ୟ କୁହାଯାଉଛିଯେ ଯଦି ଦୁଇଜଣ ଛାଡ଼ପତ୍ର ନେବା କଥା ଚିନ୍ତା କରନ୍ତି ତେବେ ଦୁଇ ଜଣଙ୍କ ମଧ୍ୟରେ ଟଙ୍କାକୁ ନେଇ ବିରାଟ ଝଗଡ଼ା ହୋଇପାରେ । କିନ୍ତୁ ପ୍ରିୟଙ୍କାଙ୍କ ଏକ ସଂପର୍କୀୟଙ୍କ କହିବା ଅନୁସାରେ ଏହି କଥାରେ କୌଣସି ସତ୍ୟତା ନାହିଁ, ଦୁଇଜଣ ଖୁବ ଖୁସି ଅଛନ୍ତି ଏବଂ ଏବେ ପରିବାର ସହିତ ମିଆମି ବିଚରେ ଛୁଟି ବିତାଉଛନ୍ତି ।

ନିକଟରେ ଦୁଇଜଣଙ୍କର କେତେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଉଭୟ ମିଆମି ସମୂଦ୍ରରେ ମସ୍ତି କରୁଥିବାର ନଜର ଆସିଛନ୍ତି । ଯାହାର ଫଟୋ ଏବଂ ଭିଡ଼ିଓ ପ୍ରିୟଙ୍କା ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More