Only for Entertainment

ଚାଟ୍‌ ସୋ’ରେ କଲେ ଖୁଲାସା : ଏହାକୁ ଦେଖି ବିବହ ରୋକି ଦେବାକୁ ଚାହୁଁଥିଲେ ନିକ

45

ଗତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ପ୍ରେମିକ ନିକ୍‌ ଜୋନ୍‌ସ । ହିନ୍ଦୁ ଏବଂ ଖ୍ରୀଷ୍ଟିୟାନ ରୀତିନୀତିରେ ଦୁହିଁଙ୍କ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଏବେ ବିବାହକୁ ନେଇ ବଡ଼ ଖୁଲାସା କରିଛନ୍ତି ନିକ୍‌ । ବିବାହର ରୀତିନୀତି ଚାଲିଥିବା ସମୟରେ ଏମିତି ଏକ ସମୟ ଆସିଥିଲା, ଯେତେବେଳେ ମୁଁ ବିବାହ ରୋକି ଦେବାକୁ ଭାବିଥିଲି ବୋଲି କହିଛନ୍ତି ନିକ୍‌ ।

ଚାଟ୍‌ ସୋ’ ‘ଦ ଲେଟ୍‌ ଲେଟ୍‌ ସୋ’ ଉଇଥ୍‌ ଜେମ୍‌ସ’ କୋର୍ଡନରେ ଯୋଗ ଦେଇ ନିକ୍‌ ଏଭଳି ଖୁଲାସା କରିଛନ୍ତି । ସୋ’ରେ ନିକ୍‌ଙ୍କର ଲାଇ ଡିଟେକ୍ଟର ଟେଷ୍ଟ କରାଯାଇଥିଲା । ଯେଉଁଥିରେ ଜେମ୍‌ସ ତାଙ୍କୁ ଏକ ଅଜବ ପ୍ରଶ୍ନ ପଚାରିଥିିଲେ । ବିବାହର ଏତେ ରୀତିନୀତି କରୁଥିବା ସମୟରେ କେବେ ମନରେ ଭାବନା ଆସିଥିଲା କି, ଏବେ ଏ ସବୁକୁ ରୋକି ଦେବା ଦରକାର? ଏହାର ଉତ୍ତର ଦେଇ ‘ହଁ’ ବୋଲି କହିଥିଲେ ନିକ୍‌ । ଯେତେବେଳେ ମୁଁ ବିବାହର ରୀତିନୀତି ପାଇଁ କରାଯାଉଥିବା ଖର୍ଚ୍ଚର ବିଲ୍‌ ଦେଖିଲି, ସେତେବେଳେ ଏ ସବୁ ରୋକି ଦେବା ଦରକାର ବୋଲି ମୋ ମନକୁ ଆସିଥିଲା ବୋଲି କହିଛନ୍ତି ନିକ୍‌ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More