Only for Entertainment

ନିକୟଙ୍କା ୱେଡିଂ : ପୂଜା ଶେଷ କରିବା ପରେ ମିଡିଆକୁ ପୋଜ ଦେଲେ ନିକ ଏବଂ ପ୍ରିୟଙ୍କା, ଦେଖନ୍ତୁ ଫଟୋ ।

bollywood life
32

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବିବାହର ଉତ୍ସବ ଆରମ୍ଭ ହୋଇଯାଇଛି । କିଛି ସମୟ ପୂର୍ବରୁ ପ୍ରିୟଙ୍କା ଏବଂ ନିକ ବିବାହ ପୂର୍ବରୁ ପୂଜା କରି ବିବାହର ରିତିନିତିକୁ ଆରମ୍ଭ କରିଛନ୍ତି । ପୁରୁଣା ଘରେ ପୂଜା ଶେଷ କରିବା ପରେ ପ୍ରିୟଙ୍କା ଏବଂ ନିକ ବାହାରକୁ ଆସି ମିଡିଆକୁ ପୋଜ ଦେଇଥିଲେ । ଫଟୋରେ ଦୁହେଁ ଦେଶୀ ଲୁକରେ ନଜର ଆସିଛନ୍ତି । ପ୍ରିୟଙ୍କା ସ୍କାଇ ବ୍ଲୁ ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ନିକ ପିଙ୍କ କଲର କୁର୍ତ୍ତା ପାଇଜାମାରେ ନଜର ଆସିଛନ୍ତି ।

ଦେଖନ୍ତୁ ଫଟୋ-

IMG-20181128-WA0034

ଆପଣଙ୍କୁ କହିରଖୁଛୁ ଯେ ପ୍ରିୟଙ୍କା ଏବଂ ନିକଙ୍କ ବିବାହର କାର୍ଯ୍ୟକ୍ରମ ୨୯ ନଭେମ୍ବରରୁ ଆରମ୍ଭ ହେବ । ଯୋଧପୁରର ଉମ୍ମେଦ ଭବନ ପ୍ୟାଲେସରେ ବିବାହ ଅନୁଷ୍ଠିତ ହେବ । ଡିସେମ୍ବର ୨ରେ ଦୁହେଁ ହିନ୍ଦୁ ପରମ୍ପରାରେ ଏବଂ ୩ ଡିସେମ୍ବରରେ କ୍ରିଷ୍ଟିଆନ ପରମ୍ପରାରେ ବିବାହ କରିବେ । କେବଳ ପରିବାର ଏବଂ କିଛି ଖାସ ବନ୍ଧୁଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିବେ ବୋଲି ଶୁଣିବାକୁ ମିଳିଛି । ବିବାହରେ ସାମିଲ ହେବାକୁ ଥିବା ଅତିଥି ଲିଷ୍ଟରେ ବଲିଉଡର କୌଣସି କଳାକାରଙ୍କ ନାମ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More